ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଡାଇବେଟିସ୍‌ ପାଇଁ ନୂଆ ଔଷଧ ପ୍ରସ୍ତୁତ କଲା Akums ଫାର୍ମା: ମିଳିଲା ଡିସିଜିଆଇ ଅନୁମତି

6/02/2023 at 5:08 PM

ନୂଆଦିଲ୍ଳୀ, ୦୬/୦୨: ଡାଇବେଟିସ୍‌ ରୋଗ ଏବେ ଏକ ସାଧାରଣ ରୋଗ ପାଲଟିଯାଇଛି। ବହୁସଂଖ୍ୟାରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଖାଲି ସେତିକି ନୁହେଁ ଡାଇବେଟିସ୍‌ ଯୋଗୁଁ ଅନ୍ୟାନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ୁଛି। ତେବେ ଏହାରି ମଧ୍ୟରେ ଡାଇବେଟିସ୍‌ର ମୁକାବିଲା ପାଇଁ ଆଉ ଏକ ଔଷଧକୁ ଡିସିଜିଆଇର ଅନୁମତି ମିଳିଛି।

ହରିଦ୍ବାରସ୍ଥିତ ଔଷଧ କମ୍ପାନୀ ଆକୁମ୍ସ ଡ୍ରଗ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ ନୂଆ ଡାଇବେଟିସ୍‌ ଔଷଧର ପ୍ରସ୍ତୁତ କରିଛି। ସୋମବାର ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ଟାବ୍‌ଲେଟ୍ ଟାଇପ୍-୨ ଡାଇବେଟିସ୍‌ରେ ଖରାପ ଇନସୁଲିନ୍ ପ୍ରତିରୋଧ ପାଇଁ ସହାୟକ ହେବ। ଆଣ୍ଟିଡାଇବେଟିସ୍‌ ଔଷଧ ଲୋବିଗ୍ଲିଟାଜୋନ୍‌କୁ ଡିସିଜିଆଇ ତରଫରୁ ମଧ୍ୟ ମଞ୍ଜୁରୀ ମିଳିଥିବା ନେଇ କହିଛି କମ୍ପାନୀ।

ଆକୁମ୍ସ କମ୍ପାନୀ ଭାରତର ବୃହତ୍ ଔଷଧ ତିଆରି କରୁଥିବା କମ୍ପାନୀ। ଏହି କମ୍ପାନୀ ମୁଖ୍ୟତଃ ଚୁକ୍ତିଭିତ୍ତିକ ଔଷଧ ପ୍ରସ୍ତୁତ କରିଥାଏ। କମ୍ପାନୀ କହିଛି ଏହାର ଏହି ନୂଆ ଔଷଧ ସ୍ବତନ୍ତ୍ର ଭାବେ ଟାଇପ୍-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ ସହାୟକ ହେବ ଏବଂ ସେମାନଙ୍କ ଠାରେ ପାନ୍‌କ୍ରିୟାଟିକ୍ ବିଟା-ସେଲ୍‌କୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହେବ। ଲୋବିଗ୍ଲାଇଟାଜୋନ୍‌ରେ ହାଇପୋଗ୍ଲାଇସେମିଆର ଆଶଙ୍କା କମ୍ ରହିଛି। ଏହାର ଉନ୍ନତ ଫର୍ମୁଲା ଇନସୁଲିନ ପ୍ରତିରୋଧକୁ ବଢ଼ାଇବାରେ ଖୁବ୍ ଦକ୍ଷ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

ଏହି ଟାବଲେଟ୍‌ ସୁଗାର ସ୍ତରର କମାଇବା, ଲିପିଡ୍‌ ଏବଂ ଲିଭର ପ୍ରୋଫାଇଲ୍‌କୁ ଉନ୍ନତ କରିବା ଏବଂ ହେମୋଗ୍ଲୋବିନ୍ ଏ୧ସି(ଏଚବି୧ସି) ସ୍ତରକୁ ମଧ୍ୟ କମ୍ କରିବାରେ ସକ୍ଷମ ଥିବା ପ୍ରମାଣିତ ହୋଇଥିବା କହିଛନ୍ତି କମ୍ପାନୀରର ଯୁଗ୍ମ ପରିଚାଳନା ନିର୍ଦେ୍ଦଶକ ସନ୍ଦୀପ ଜୈନ। ସେ ଆହୁରି କହିଛନ୍ତି ରୋଗୀଙ୍କୁ ଅଧିକ ପ୍ରଭାବୀ ଚିକିତ୍ସା ଯୋଗାଇବା ଆମର ଲକ୍ଷ୍ୟ। ଏହି ଟାବଲେଟ୍‌ ଲୋବିଗ୍ଲାଇଟାଜୋନ୍‌ ସଲଫେଟ୍‌ରେ ପସ୍ତୁତ ଯାହାକି ଲୋବିଗ୍ଲାଇଟାଜୋନ୍ ୦.୫ଏଜିର ସମକକ୍ଷ। କମ୍ପାନୀ ଏହାର ଭିନ୍ନ ଫର୍ମୁଲା ଦ୍ବାରା ଟାଇପ୍-୨ ଡାଇବେଟିସ୍‌କୁ ମୂଳରୁ ହିଁ ଏକ ପ୍ରଭାବୀ ଢ଼ଙ୍ଗରେ ହରାଇବାରେ ସହାୟକ ହେବ।

ଗତ ବର୍ଷ ଅକ୍ଟୋବରରେ, ମୁମ୍ବାଇସ୍ଥିତ ଗ୍ଲେନମାର୍କ ଫର୍ମା ମଧ୍ୟ ଲୋବିଗ୍ଲାଇଟାଜୋନ୍ ଏଲଓବିଜି ବ୍ରାଣ୍ଡ୍ ରେ ଲଞ୍ଚ କରିଥିଲା।

   Related Posts