ଅଭିନେତା ଅକ୍ଷୟ କୁମାରଙ୍କଠୁ ସେ ଆହୁରି ଅଧିକ ଉଚ୍ଚା ଆଉ ଟାଲେଣ୍ଟେଡ୍, ହେଲେ ବୟସ ମାତ୍ର ୧୬ ବର୍ଷ । ଜାଣନ୍ତୁ ସେ କିଏ …

Published By : Prameya-News7 Bureau | September 15, 2018 IST

ମୁମ୍ୱାଇ ୧୬/୦୯ : ଅକ୍ଷୟ କୁମାର ବଲିଉଡ଼ର ଜଣେ ଟାଲେଣ୍ଟେଡ଼ ଓ ଭରସାଟାଇଲ ଅଭିନେତା । ସବୁ ଧରଣର ଅଭିନୟ କରି ନିଜ ଅଭିନୟର ପାରଦର୍ଶିତା ଦେଖାଇଛନ୍ତି । ବଲିଉଡ଼ର ସଫଳ ଅଭିନେତା ତାଲିକାରେ ଅକ୍ଷୟଙ୍କ ନାଁ ନିଶ୍ଚୟ ପ୍ରଥମ ୫ ଜଣଙ୍କ ମଧ୍ୟରେ ରହିବ । କେବଳ ସେତିକି ନୁହେଁ ଜଣେ ଭଲ ମଣିଷ ହିସାବରେ ମଧ୍ୟ ଅକ୍ଷୟ ବେଶ୍ ଆଦୃତ । ଚ୍ୟାରିଟି କରିବା, ରାଷ୍ଟ୍ରଭକ୍ତି ଆଦି ବିଭିନ୍ନ ଭଲଗୁଣରେ ଅକ୍ଷୟ ସବୁବେଳେ ଚମକୁଥାନ୍ତି । ହେଲେ ଅକ୍ଷୟଙ୍କୁ ଆହୁରି ଟାଲେଣ୍ଟେଡ୍, ଭର୍ସାଟାଇଲ ଏବଂ ଭଲ ମଣିଷ ଧୀରେଧୀରେ ବଲିଉଡ୍‌ରେ ପାଦ ରଖିବାକୁ ଯାଉଛି । ଏକଥା ଆମେ କହୁନୁ, ନିଜେ ଅକ୍ଷୟ କହିଛନ୍ତି । ଯାହାକଥା ଅକ୍ଷୟ କହୁଛନ୍ତି ସେ ଅକ୍ଷୟଙ୍କଠାରୁ ଆହୁରି ଉଚ୍ଚ ଓ ସୁନ୍ଦର ବୋଲି ମଧ୍ୟ ଅକ୍ଷୟ କହିଛନ୍ତି । କେବଳ ସେତିକି ନୁହେଁ ଏହାଙ୍କ ପାଇଁ ଅକ୍ଷୟ ତାଙ୍କର ସବୁ ଶୁଭକାମନା, ଆଶୀର୍ବାଦ ମଧ୍ୟ ଢ଼ାଳି ଦେଇଛନ୍ତି । ତେବେ କିଏ ସିଏ ? ଯାହାକୁ ଅକ୍ଷୟ ଏତେ ପ୍ରଶଂସା କରୁଛନ୍ତି । ସମସ୍ତେ ଜାଣି ଖୁସୀ ହେବେ ଯେ, ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ୧୬ ବର୍ଷ ବୟସ୍କ ଆରବ । ଆରବ ହେଉଛିନ୍ତି ଆକ୍ଷୟ କୁମାର ଏବଂ ଟ୍ୱିଙ୍କିଲ ଖାନ୍ନାଙ୍କ ପୁଅ । ସେପ୍ଟେମ୍ୱର ୧୫ ତାରିଖରେ ‘ଆରବ’ ତାଙ୍କ ଜନ୍ମଦିନ ପାଳିଛନ୍ତି । ଏ ଅବସରରେ ପୁଅ ଆରବ ସହ ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ବାପ-ପୁଅ ଯୋଡ଼ି ବେଶ୍ ସୁନ୍ଦର ଲାଗୁଛନ୍ତି । ଆରବ ଦେଖିବାକୁ ଠିକ୍ ଅକ୍ଷୟଙ୍କ ଭଳି । ଆରବଙ୍କ ହସ ମଧ୍ୟ ଠିକ୍ ଅକ୍ଷୟଙ୍କ ଭଳି । ସୋସିଆଲ ମିଡ଼ିଆରେ ମା ଟ୍ୱିଙ୍କିଲ ଖାନ୍ନା ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି ଓ ଆରବଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଙ୍କିଲଙ୍କ କିଛି ଗୁଣ ମଧ୍ୟ ଆରବଙ୍କ ପାଖରେ ରହିଛି । ସେ ଅତିଶୀଘ୍ର ଲେଖକଭାବେ ଆତ୍ମପ୍ରକାଶ କରିବେ । କିଶୋରମାନଙ୍କ ପାଇଁ ଉପନ୍ୟାସ ଲେଖିବା ଯୋଜନାରେ ରହିଛନ୍ତି ଆରବ । ବାପା ଅକ୍ଷୟଙ୍କ ଭଳି ଆରବ ମଧ୍ୟ ମାର୍ସାଲ ଆର୍ଟରେ ଋଚି ରଖନ୍ତି । ୪ ବର୍ଷ ବୟସରୁ ହିଁ ସେ ମାର୍ସାଲ ଆର୍ଟ ଅଭ୍ୟାସ ଆରମ୍ଭ କରିଛନ୍ତି । ଜୁଡ଼ୋ ଅକିନାବା ଏବଂ ଗୁଜୋ ରୋୟୁ କରାଟେରେ ଆରବ ଫାଷ୍ଟ ଡିଗ୍ରୀ ବ୍ଲାକ୍ ବେଲ୍ଟ ହାସଲ କରିସାରିଛନ୍ତି । ଆରବଙ୍କ ମାର୍ସାଲ ଆର୍ଟରେ ସଫଳତା ସମ୍ପର୍କରେ ଅକ୍ଷୟ କୁମାର ଥରେ ଟ୍ୱିଇଟ୍ କରି ନିଜକୁ ‘ପ୍ରାଉଡ୍ ଫାଦର’ ବୋଲି କହିଥିଲେ । ଅକ୍ଷୟଙ୍କ ଭଳି ଆରବ ଦାନ, ଧର୍ମରେ ମଧ୍ୟ ମନୋନିବେଶ କରୁଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସେ କୌଣସି ନା କୌଣସି ଚାରିଟେବୁଲ ଟ୍ରଷ୍ଟକୁ କିଛି କିଛି ଦାନ କରୁଛନ୍ତି । ନିଜ ପୋଷାକଠୁ ଆରମ୍ଭ କରି ଖେଳନା ଓ ବହିପତ୍ର ପର୍ଯ୍ୟନ୍ତ ସେ ଦାନ କରିଆସୁଛନ୍ତି । ବଲିଉଡ଼ରେ ଏବେ ସାରା ଆଲ୍ଲୀଖାନ୍, ଜାହ୍ନବୀ କପୁର, ଇଶାନ ଖଟ୍ଟର, ଅନନ୍ୟା ପାଣ୍ଡେୟଂଙ୍କ ଭଳି ଷ୍ଟାର କିଡ୍‌ମାନଙ୍କ ଭିଡ଼ ଦେଖିବାକୁ ମିଳିଲାଣି । କିନ୍ତୁ ଆରବ କେବେ ବଲିଉଡ୍ ଜଗତରେ ପାଦ ଦେବେ ତାକୁ ନେଇ ଅକ୍ଷୟ କିଛି ସ୍ପଷ୍ଟ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.