ଅକ୍ଷୟ ତୃତୀୟାରେ କେବଳ ସୁନାରେ ହିଁ ନୁହେଁ, ଏହି ସବୁରେ ନିବେଶ ମଧ୍ୟ ଶୁଭ ହୋଇଥାଏ

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟାରେ ଅଧିକାଂଶ ଲୋକ ସୁନା କିଣିଥାନ୍ତି କିମ୍ୱା ଡିଜିଟାଲ ସୁନା, ଗୋଲ୍ଡ ଇଟିଏଫରେ ନିବେଶ କରନ୍ତି । ମାନ୍ୟତା ଯେ ୨୦୨୪ ମେ ୧୦ରେ ପଡ଼ିବାକୁ ଥିବା ଏହି ଶୁଭ ଦିନରେ କରାଯାଇଥିବା ନିବେଶ ଅକ୍ଷୟ ହୋଇଥାଏ । କିନ୍ତୁ ସୁନା ବ୍ୟତୀତ ନିବେଶ ପାଇଁ ଅନ୍ୟ କଣ ବିକଳ୍ପ ରହିଛି, ଯେଉଁଥିରେ ଅକ୍ଷୟ ତୃତୀୟରେ ନିବେଶ କରାଯାଇ ପାରିବ ।

ଏକ୍ୟୁବ ଭେଞ୍ଚରର ନିର୍ଦେଶକ ଆଶୀଷ ଅଗ୍ରୱାଲ କହିଛନ୍ତି, ଡିଜିଟାଲ ସୁନା ନିବେଶ ପାଇଁ ଏକ ଭଲ ବିକଳ୍ପ ଅଟେ । ଏଥିରେ ଆପଣ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ସୁନା କିଣିପାରିବେ ଏବଂ ଏହାକୁ ଅନଲାଇନ୍ ଷ୍ଟୋର କରାଯାଇପାରିବ । ଏହା ସହଜ, ସୁରକ୍ଷିତ ଏବଂ ଟ୍ରାନ୍ସପେରେଣ୍ଟ ଅଟେ । ଯଦି ଆପଣ ସୁନା ଖଣି କମ୍ପାନିରେ ନିବେଶ କରିବାକୁ ଚାହାନ୍ତି, ତେବେ ଆପମ ଏହାକୁ ମଧ୍ୟ ଏକ ଭଲ ବିକଳ୍ପ ରୂପେ ଦେଖିପାରିବେ । ଏହା ବ୍ୟତୀତ, ଗୋଲ୍ଡ ଇଟିଏଫ ଏବଂ ଗୋଲ୍ଡ ସଭରେନ ବଣ୍ଡ୍ ଯେକୌଣସି ଫିଜିକଲ୍ ହୋଲ୍ଡିଂ ବିନା ଆସେଟ୍ କ୍ଲାସ୍ ଯାଏ ପହଞ୍ଚ ପ୍ରଦାନ କରିବ ।

ଅନେକଙ୍କ ମତରେ ଅନେକ ଭାରତୀୟଙ୍କ ପାଇଁ, ଘର କିଣିବା ପାଇଁ ଥିବା ସଂଚୟ କେବେଳ ନିବେଶ ପାଇଁ ନୁହେଁ, ଏହା ସ୍ଥିରତା ଏବଂ ସୁରକ୍ଷାର ପ୍ରତୀକ ଅଟେ । ତେଣୁ ରିୟଲ ଇଷ୍ଟେଟରେ ନିବେଶ ମଧ୍ୟ ଏକ ଭଲ ମାଧ୍ୟମ ଅଟେ । ସେହିପରି ଅନେକ କୁହନ୍ତି ଯେ ଅକ୍ଷୟ ତୃତୀୟର ଶୁଭ ଅବସର ଅଚଳ ସମ୍ପତ୍ତିରେ ନିବେଶ କରିବା ପାଇଁ ସବୁଠୁ ଭଲ ସମୟ । କାରଣ ଏହା ସୌଭାଗ୍ୟ, ଉନ୍ନତ ଜୀବନ ଏବଂ ଶାନ୍ତି ଆଣେ ବୋଲି କୁହାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.