ଆକ୍କନ ଷ୍ଟାରଙ୍କୁ ଫୁରସତ୍ ନାହିଁ, ଦୁଇ ବଡ ଓ୍ୱେବସିରିଜର ଘୋଷଣା କଲେ ନାମ

Published By : Prameya-News7 Bureau | December 05, 2022 IST

ମୁମ୍ୱାଇ ୦୫/୧୨: ବଲିଉଡ୍‌ ଖିଲାଡି ବଏ ଅକ୍ଷୟ କୁମାର ତାଙ୍କ ଦୁଇ ଅପ୍‌କମିଂ ପ୍ରୋଜେକ୍ଟ ବିଷୟରେ ଚର୍ଚ୍ଚା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଅକ୍ଷୟ କହିଛନ୍ତି, ସେ ଏବେ ଦୁଇଟି ପ୍ରୋଜେକ୍ଟରେ କାମ କରୁଛନ୍ତି ।

ସେଥିରୁ ଗୋଟିଏ ସାଇନ୍ସ ଫିକ୍ସନ ୱେବସିରିଜ୍‌ ଏବଂ ଅନ୍ୟଟି ସେକ୍ସ ଏଜୁକେଶନ ଉପରେ ଆଧାରିତ ଏକ ଚଳଚ୍ଚିତ୍ର । ଦର୍ଶକ ଅପେକ୍ଷା କରିଥିବା ତାଙ୍କର ଏହି ୱେବସିରିଜ୍‌ର ନାମ ‘ଦି ଏଣ୍ଡ୍‌’ ରହିଛି । ତେବେ ଆଗକୁ ଏହାର ନାମ ବଦଳାଯିବ । ଦୁଇଟିଯାକର ସ୍କ୍ରିପ୍ଟ କାମ ଶେଷ ହୋଇଛି । ଖୁବଶୀଘ୍ର ଏହାର ଶୁଟିଂ ଆରମ୍ଭ ହେବ ।

ପ୍ରଥମ ଥର ପାଇଁ ଅକ୍ଷୟ କୁମାରଙ୍କୁ କୌଣସି ୱେବସିରିଜରେ ଦେଖିବାକୁ ମିଳିବ । ସାଇନ୍ସ ଫିକ୍ସନ ୱେବସିରିଜ୍‌ରେ ଆକ୍ସନ ଡ୍ରାମା ମଧ୍ୟ ଦେଖିବାକୁ ମିଳିବ । ସେହିପରି ସେକ୍ସ ଏଜୁକେଶନ ଭଳି ସାମାଜିକ ଚଳଚ୍ଚିତ୍ର କରିବା ତାଙ୍କର ପସନ୍ଦ ବୋଲି ଅକ୍ଷୟ କହିଛନ୍ତି । ଏହା ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ।

ଏହାକୁ ଲୋକଙ୍କ ନିକଟରେ ଅଧିକ ଆଦୃତ କରିବା ପାଇଁ ସେଥିରେ କମେଡି, ଡ୍ରାମା, ଟ୍ରାଜେଡି ସହ ସଙ୍ଗୀତ ମଧ୍ୟ ରଖାଯାଇଥାଏ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହି ଫିଲ୍ମର ଟାଇଟଲ କ’ଣ ରହିବ ଏବଂ କିଏ ଏହାର ନିର୍ଦ୍ଦେଶନା ଦେବେ ତାହାଉପରେ ଅକ୍ଷୟ କିଛି କହିନାହାନ୍ତି । ଆସନ୍ତା ବର୍ଷ ମେ କିମ୍ବା ଏପ୍ରିଲରେ ଫିଲ୍ମ ରିଲିଜ ହେବ ବୋଲି ଅକ୍ଷୟ ଆଶା ରଖିଛନ୍ତି । ଏହା ତାଙ୍କର ସବୁଠୁ ଭଲ ଫିଲ୍ମ ମଧ୍ୟରୁ ଗୋଟିଏ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.