ଫିଲ୍ମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବୟାନର ଉଚ୍ଚ ପ୍ରଶଂସା କଲେ ଅକ୍ଷୟ କୁମାର, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | January 22, 2023 IST

ମୁମ୍ବାଇ ୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପାର୍ଟିର ନେତାମାନଙ୍କୁ ଚଳଚିତ୍ର ଉପରେ ଅନାବଶ୍ୟକ ମତମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ବୟାନକୁ ବଲିଉଡ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏବେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଉପରେ ଅଭିନେତା ଅକ୍ଷୟ କୁମାରଙ୍କ ମଧ୍ୟ ପ୍ରତିକ୍ରିୟା ଆସିଛି। ରବିବାର ଫିଲ୍ମ ‘ସେଲଫି’ର ଟ୍ରେଲର ଲଞ୍ଚ କାଳରେ ସେ ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ନିଜର କଥା ରଖିଛନ୍ତି।

ଅକ୍ଷୟକୁମାର କହିଛନ୍ତି ଯେ ଏବେ ଏଣ୍ଟରଟୈନମେଣ୍ଟ ଇଣ୍ଡଷ୍ଟ୍ରି ଅଧିକ ସ୍ୱାଧୀନଭାବେ ନିଶ୍ୱାସ ନେଇ ପାରିବ। ଅକ୍ଷୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନକୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଜବାବ ଦେଇ ଅକ୍ଷୟ କୁମାର କହିଛନ୍ତି ଯେ ପଜିଟିଭିଟି ସର୍ବଦା ସ୍ୱାଗତଯୋଗ୍ୟ, ବିଶେଷ କରି ଯେତେବେଳେ ପ୍ରଧାନମନ୍ତ୍ରୀ କିଛି କହୁଛନ୍ତି, କାରଣ ମୁଁ ଭାବେ ସେ ହେଉଛନ୍ତି ଭାରତର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି। ସେ ଯଦି କିଛି କହିଛନ୍ତି ଯେ ଏହା ଯୋଗୁ କୌଣସି ପରିବର୍ତ୍ତନ ହେବାକୁ ଯାଉଛି ଏଣ୍ଟରଟୈନମେଣ୍ଟ ଇଣ୍ଡଷ୍ଟ୍ରି ଲାଗି ଏହା ସବୁଠୁ ଭଲ ହେବ।

{"id":736443,"width":841,"height":961,"sizeSlug":"full","linkDestination":"none"}

ଅକ୍ଷୟକୁମାର କହିଛନ୍ତି ଯେ ଆମେ ଫିଲ୍ମ ନିର୍ମାଣ କରୁଛୁ, ତାକୁ ନେଇ ସେନସର ବୋର୍ଡକୁ ଯାଉଛୁ, ସେଠାରୁ ପାସ୍ କରିବା ପରେ ଯଦି କେହି କିଛି କହିଦିଏ ତେବେ ଫିଲ୍ମକୁ ନେଇ ଗଡବଡ ଆରମ୍ଭ ହୋଇଯାଏ। ଉଲ୍ଲେଖଯୋଗ୍ୟ ଯେ ଆଜିକାଲି ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’କୁ ନେଇ ଦେଶରେ ଜୋରଦାର ବିରୋଧ ହେଉଛି। ଏଥିପାଇଁ ଲୋକେ ବୟକଟ ଅଭିଯାନ ମଧ୍ୟ ଚଳାଇଛନ୍ତି। କେଉଁଠି କେଉଁଠି ଫିଲ୍ମର ପୋଷ୍ଟର ମଧ୍ୟ ପୋଡା ଯାଉଛି।

ଦେଶରେ କରୋନା କାଳ ପରେ ଅନେକ ଫିଲ୍ମ ବିରୋଧରେ ବୟକଟ ଟ୍ରେଣ୍ଡ ଚାଲିଛି। ଯେଉଁଥିରେ ଅକ୍ଷୟକୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’ ମଧ୍ୟ ସାମିଲ ଥିଲା। ଏହା ଛଡା ଅମିର ଖାନଙ୍କ ‘ଲାଲ ସିଂହ ଚଡ୍ଡା’, ରଣବୀର କପୁରଙ୍କ ‘ବ୍ରହ୍ମାସ୍ତ୍ର’ ଆଦି ଫିଲ୍ମ ମଧ୍ୟ ଏହି ଟ୍ରେଣ୍ଡର ଶିକାର ହୋଇଛି। ଏବେ ଫିଲ୍ମ ପଠାନର ରିଲିଜ ପୂର୍ବରୁ ମଧ୍ୟ ସେଇଆ ସବୁ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ବୟାନ ବାସ୍ତବିକ ସ୍ୱାଗତଯୋଗ୍ୟ ବୋଲି ଅକ୍ଷୟକୁମାର କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.