scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅକ୍ଷୟ କୁମାରଙ୍କ OMG 2ରେ ଲାଗିଲା ୨୦ କଟ୍, ଏ ସାର୍ଟିଫିକେଟ୍ ସହ ରିଲିଜ୍ ହେବ ଫିଲ୍ମ

26/07/2023 at 9:09 PM

ମୁମ୍ବାଇ: ସଂପ୍ରତି ବିବାଦରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ OMG 2। ଏହାର କିଛି ଦୃଶ୍ୟକୁ ନେଇ କେନ୍ଦ୍ରୀୟ ଫିଲ୍ମ ପ୍ରାମାଣିକ ବୋର୍ଡ(ସିବିଏଫସି) ଫିଲ୍ମକୁ ମଞ୍ଜୁରୀ ଦେଇ ନ ଥିଲା। ଏହା ପରେ ଫିଲ୍ମକୁ ପୁନର୍ବାର ସମୀକ୍ଷା ପାଇଁ ରିଭାଇଜିଂ କମିଟିକୁ ପଠାଯାଇଛି। ଫିଲ୍ମରେ ଏମିତି କିଛି ଦୃଶ୍ୟ ରହିଛି, ଯାହାକୁ ନେଇ ଆପତ୍ତି ଉଠିପାରେ। ଫିଲ୍ମ ଅଗଷ୍ଟ ୧୧ ତାରିଖରେ ସିନେମାଘରକୁ ଆସିବାକୁ ପ୍ରସ୍ତୁତ। ହେଲେ ନିର୍ମାତାଙ୍କ ମୁସ୍କିଲ କମ ହେବାର ନାଁ ନେଉନାହିଁ। ସିବିଏଫସି ପକ୍ଷରୁ ସବୁଜ ସଙ୍କେତ ନ ମିଳିବାରୁ ନିର୍ମାତା ଏବଂ ଅଭିନେତା ଫିଲ୍ମର ପ୍ରମୋସନ କରି ପାରୁ ନାହାନ୍ତି।

Oh My God 2 Posters Ft. Akshay Kumar On 'How's The Hype?': Blockbuster Or  Lacklustre? Vote Now
koimoi

ଏହା ମଧ୍ୟରେ ଖବର ଆସିଛି ଯେ, ରିଭାଇଜିଂ କମିଟି ୧୫-୨୦ କଟ୍ ସହ ଫିଲ୍ମ ରିଲିଜ୍ କରାଇବାକୁ ସିବିଏଫସିକୁ କହିଛନ୍ତି। ଏହା ସହିତ ପରାମର୍ଶ ଦେଇଛନ୍ତି ଯେ ଫିଲ୍ମକୁ ଆଡଲ୍ଟ ଅର୍ଥାତ ଏ ସାର୍ଟିଫିକେଟ୍ ଦିଆଯାଉ। କିନ୍ତୁ ନିର୍ମାତାଙ୍କ କହିବା କଥା ଫିଲ୍ମରେ ସେମିତି କିଛି ନାହିଁ, ଯେଉଁଠି ସିନ୍ କାଟିବାର ଆବଶ୍ୟକତା ରହିଛି। ନିର୍ମାତା ରିଭାଇଜିଂ କମିଟିର ଏହି ପରାମର୍ଶକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷେ ସିବିଏଫସି ପକ୍ଷରୁ ଫିଲ୍ମର କିଛି ଦୃଶ୍ୟକୁ ନେଇ ଆପତ୍ତି ପ୍ରକାଶ କରିଥିଲା। କିନ୍ତୁ ଫିଲ୍ମରେ କେଉଁ ଦୃଶ୍ୟ ଉପରେ ଲୋକଙ୍କ ଆପତ୍ତି ରହିବ ଏହା ବିଷୟରେ କିଛି ଜଣା ପଡ଼ିନାହିଁ।

OMG 2ର ଟିଜରକୁ ଲୋକେ ବହୁତ ପସନ୍ଦ କରିଥିଲେ। କିଛି ଲୋକଙ୍କୁ ଅକ୍ଷୟ କୁମାରଙ୍କ ଶିବ ଚରିତ୍ର ଏବଂ  ରେଲଓ୍ଵେ ଷ୍ଟେସନରେ ହ୍ୟାଣ୍ଡକପ୍ ତଳେ ବସି ଗାଧୋଇବା ଦୃଶ୍ୟ କିଛିଟା ଅଜବ ଲାଗିଥିଲା। ସିବିଏଫସିର କହିବା କଥା ସେ ଚାହାନ୍ତି ନାହିଁ ଯେ, ଆଦିପୁରୁଷ ପରି ଅକ୍ଷୟ ଏବଂ ପଙ୍କଜଙ୍କ ଅଭିନୀତ ଫିଲ୍ମର ଅବସ୍ଥା ସେମିତି ନ ହେଉ।

   Related Posts