୪୦ ବର୍ଷ ବୟସରେ ନିଜଠାରୁ ୧୫ବର୍ଷ ବଡ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି ଅକ୍ଷୟ କୁମାରଙ୍କ ଭଉଣୀ ଅଳ୍କା

Published By : Prameya-News7 Bureau | September 10, 2018 IST

ମୁମ୍ବାଇ ୧୦|୯: ଅଭିନେତା ଅକ୍ଷୟ କୁମାର ବଲିଉଡ୍ ରେ ଖୁବ୍ ଚଳଚଞ୍ଚଳ । ପ୍ରତି ବର୍ଷ ୪ରୁ ୫ଟି ଫିଲ୍ମ ପରଦାକୁ ଆଣିଥାନ୍ତି । ମାତ୍ର ତାଙ୍କ ସାନ ଭଉଣୀ ଅଳ୍କା ଭାଟ୍ଟିଆ ତାଙ୍କର ବିପରୀତ । ସେ ଇଣ୍ଡଷ୍ଟ୍ରିରୁ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି । ଅକ୍ଷୟ କୁମାରଙ୍କ ଭଉଣୀ ଅଳ୍କା ୨୦୧୨ରେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଥିଲେ । ଅଳ୍କା ୪୦ବର୍ଷ ବୟସରେ ନିଜଠାରୁ ୧୫ବର୍ଷ ବଡ ଜଣେ ବ୍ୟବସାୟୀ ସୁରେନ୍ଦ୍ର ହିରାନନ୍ଦାନୀଙ୍କୁ ପ୍ରେମ କରି ବିବାହ କରିଥିଲେ । ସୁରେନ୍ଦ୍ରଙ୍କର ଏହା ଦ୍ବିତୀୟ ବିବାହ ଥିଲା । ସୁରେନ୍ଦ୍ର କନଷ୍ଟ୍ରକସନ୍ କମ୍ପାନୀ ହିରାନନ୍ଦାନୀ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି । ସୁରେନ୍ଦ୍ରଙ୍କର ପ୍ରଥମ ପତ୍ନୀଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି । ସେ ମଧ୍ୟ ବିବାହିତ । ସୁରେନ୍ଦ୍ରଙ୍କ ପ୍ରଥମ ପତ୍ନୀ ମଧ୍ୟ ତାଙ୍କ ସାଙ୍ଗ ମିଲନ ମେହତାଙ୍କ ସହ ବିବାହ କରିଥିଲେ । ଅଳ୍କା ଏବଂ ସୁରେନ୍ଦ୍ରଙ୍କର ବହୁତ ବର୍ଷ ଧରି ଆଫେୟାର୍ସ ଚାଲିଥିଲା । ବିବାହ ପରେ ଦୁହେଁ ହନିମୁନ୍ ପଇଁ ତୁର୍କୀ ଯାଇଥିଲେ । ଅଳ୍କା ଜଣେ ହାଉସ୍ ଓ୍ବାଇଫ୍ । ତାଙ୍କ ପ୍ରଯୋଜିତ ଫିଲ୍ମ ‘ଫୁଗଲି’ ବକ୍ସ ଅଫିସ୍ ରେ ଫ୍ଲପ ହୋଇଥିଲା । ଅକ୍ଷୟ କୁମାର ତାଙ୍କ ଭଉଣୀ ଅଳ୍କାଙ୍କ ବିବାହରେ ଖୁସି ନଥିଲେ । ଉଭୟଙ୍କ ମଧ୍ୟରେ ଥିବା ବୟସ ପାର୍ଥକ୍ୟ କାରଣରୁ ଅକ୍ଷୟ ଖୁସି ନଥିଲେ । ଗୋଟିଏ ପଟେ ସୁରେନ୍ଦ୍ର ଅଳ୍କାଙ୍କଠାରୁ ୧୫ବର୍ଷ ବଡ ହୋଇଥିବାବେଳେ ଅନ୍ୟପଟେ ଏହା ତାଙ୍କର ଦ୍ବିତୀୟ ବିବାହ ଥିଲା । ସୁରେନ୍ଦ୍ର ୨୦୧୧ରେ ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ଦେଇଦେଇଥିଲେ । ଏହାପରେ ସେ ଅଳ୍କାଙ୍କୁ ବିବାହ କରିଥିଲେ । ପରେ ଅକ୍ଷୟ କୁମାରଙ୍କୁ ଏହି ବିବାହ ପାଇଁ ରାଜି ହେବାକୁ ପଡିଥିଲା । ସେମାନଙ୍କ ବିବାହରେ ଅକ୍ଷୟଙ୍କ ପୁରା ପରିବାର ସାମିଲ ହୋଇଥିଲେ । ଗତବର୍ଷ ରକ୍ଷାବନ୍ଧନରେ ଅଳ୍କା ଏବଂ ଅକ୍ଷୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଅଳ୍କା ଅକ୍ଷୟଙ୍କୁ ଚାପୁଡା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ ଅକ୍ଷୟ ରାବଣ ହୋଇଥିଲେ । ଏହା ଏକ ମଜାଳିଆ ଭିଡିଓ ଥିଲା । ଯାହାକୁ ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.