ମଣିପୁର ଘଟଣାର ଭିଡିଓ ଦେଖି ରାଗିଗଲେ ଅକ୍ଷୟ କୁମାର, ଟ୍ଵିଟ୍ କରି ଲେଖିଲେ- ଅତ୍ୟନ୍ତ ଲଜ୍ଜାଜନକ ଓ ଘୃଣ୍ୟ
20/07/2023 at 11:08 AM

ମୁମ୍ଵାଇ ୨୦।୦୭: ମଣିପୁର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯିବାର ଭିଡିଓ ଭାଇରାଲ ହୋଇଛି । ଯାହା ଏବେ ସବୁଆଡେ ହଇଚଇ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସମସ୍ତେ ଏହି ଭିଡିଓକୁ ନିନ୍ଦା କରୁଛନ୍ତି । ଯେଉଁମାନେ ଏହା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଉ ବୋଲି ସମସ୍ତ କହିଛନ୍ତି। ଏହି ସମୟରେ ବଲିଉଡ ଖିଲାଡି କୁମାର (ଅକ୍ଷୟ କୁମାର) ମଧ୍ୟ ମଣିପୁରର ଲଜ୍ଜାଜନକ ଭିଡିଓ ଉପରେ ଟ୍ୱିଟ୍ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟ୍ଵିଟ୍ରେ ଅକ୍ଷୟ କୁମାର ମଣିପୁରରେ ହୋଇଥିବା ହିଂସାକୁ ନେଇ ନିଜର କ୍ରୋଧ ପ୍ରକାଶ କରିଛନ୍ତି।
Shaken, disgusted to see the video of violence against women in Manipur. I hope the culprits get such a harsh punishment that no one ever thinks of doing a horrifying thing like this again.
— Akshay Kumar (@akshaykumar) July 20, 2023
ମଣିପୁରର ମହିଳାମାନଙ୍କ ସହ ଲଜ୍ଜାଜନକ କାର୍ଯ୍ୟର ଭିଡିଓ ସମସ୍ତଙ୍କୁ ଥରାଇ ଦେଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯେଉଁମାନେ ଏହି ଘୃଣ୍ୟ କାମ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏଥି ସହିତ ଅକ୍ଷୟ କୁମାର ମଧ୍ୟ ଟ୍ୱିଟ କରିଛନ୍ତି- ‘ଏହି ଭିଡିଓ ଦେଖିବା ପରେ ମୁଁ ଥରି ଯାଇଛି । ମଣିପୁରରେ ମହିଳାଙ୍କ ସହ ହୋଇଥିବା ଅତ୍ୟନ୍ତ ଲଜ୍ଜାଜନକ। ମୁଁ ଆଶା କରୁଛି ଯେଉଁମାନେ ଏଥିପାଇଁ ଦୋଷୀ ଅଟନ୍ତି । ସେହି ବ୍ୟକ୍ତିଙ୍କୁ ଏମିତି କଠୋର ଦଣ୍ଡ ମିଳିବା ଉଚିତ୍। ଯାହା ଦ୍ଵାରା କେହି ଏପରି ଘୃଣ୍ୟ କାର୍ଯ୍ୟ କରିବାକୁ ଚିନ୍ତା ମଧ୍ୟ କରିପାରିବେ ନାହିଁ।
Shameful! Horrific! Lawless! 😡 https://t.co/w6dTmJ1JfD
— RichaChadha (@RichaChadha) July 19, 2023
Shocked,shaken,horrified at #manipur video n fact that it’s happened in May with no action on it. Shame on those sitting on their high horses drunk with power,jokers in media boot licking them,celebrities who r silent. When did we reach here dear Bharatiyas/Indians?
— Urmila Matondkar (@UrmilaMatondkar) July 20, 2023
ଅକ୍ଷୟ କୁମାରଙ୍କ ବ୍ୟତୀତ ଅନେକ ବଲିଉଡ ତାରକା ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରିଚା ଚଢା ଟ୍ୱିଟ୍ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି- ‘ଲଜ୍ଜାଜନକ, ଘୃଣ୍ୟ ‘ । ଉର୍ମିଲା ମାଟୋଣ୍ଡକର ମଧ୍ୟ ଏହି ଭିଡିଓରେ ଉପରେ କହିଛନ୍ତି – ‘ମୁଁ ଆଶ୍ଚର୍ଯ୍ୟ ଏବଂ ଶକ୍। ମଣିପୁରର ଏହି ଭୟାନକ ଭିଡିଓ ମେ ମାସରୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯେଉଁମାନେ ଏସବୁ କରିଛନ୍ତି ସେମାନେ ଆରମରେ ବସିଛନ୍ତି। ଏଥିପାଇଁ ଲଜ୍ଜ୍ୟା।