ଭାରତ ମାନଚିତ୍ରରେ ପାଦ ରଖିଲେ ଆକ୍ସନ ଷ୍ଟାର: ରାଗିଗଲେ ଫ୍ୟାନ୍ସ, କହିଲେ ଏମିତି କିଛି
7/02/2023 at 11:07 AM

ମୁମ୍ୱାଇ ୦୭/୦୨: ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କ ଏକ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା । ଏଥିରେ ଅଭିନେତା ଗ୍ଲୋବରେ ଚାଲୁଥିବାର ନଜର ଆସିଛନ୍ତି । ତେବେ ଲୋକମାନେ ଏହି କ୍ଲିପ୍ କୁ ଅତି ନିକଟରୁ ଦେଖିବା ସହ ଭଡିକିଛନ୍ତି । ଯାହାକୁ ନେଇ ଅକ୍ଷୟ କୁମାରଙ୍କୁ ନେଇ ଉଠିଛି ଅନେକ ପ୍ରଶ୍ନ ।
ଫ୍ୟାନ୍ସ କହିଛନ୍ତି ଯେ, ଅକ୍ଷୟ କୁମାର ଭାରତର ମାନଚିତ୍ରରେ କେମିତି ପାଦ ଦେଇଛନ୍ତି । ଯାହାକୁ ନେଇ ଅକ୍ଷୟଙ୍କୁ ଖୁବ୍ ଟ୍ରୋଲ କରାଯାଉଛି । ଫ୍ୟାନ୍ସ କହିଛନ୍ତି ଯେ, ଅକ୍ଷୟ କୁମାର ଦେଶଦ୍ରୋହର କାମ କରିଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ । ନିକଟରେ ଅକ୍ଷୟ କୁମାର ଏୟାର ଲାଇନ୍ସକୁ ପ୍ରୋମୋଟ କରୁଥିବା ନଜର ଆସିଥିଲେ। ଯାହାର ଭିଡିଓ ସେ ନିଜେ ସେୟାର କରିଥିଲେ ।
The Entertainers are all set to bring 100% shuddh desi entertainment to North America. Fasten your seat belts, we’re coming in March! 💥 @qatarairways pic.twitter.com/aoJaCECJce
— Akshay Kumar (@akshaykumar) February 5, 2023
କ୍ୟାପସନରେ ଲେଖିଥିଲେ ତୁମେମାନେ ତୁମର ସିଟ୍ ବେଲ୍ଟ ବାନ୍ଧ, ଆମେ ମାର୍ଚ୍ଚରେ ଆସୁଛୁ, ଖୁବ ମନୋରଞ୍ଜନ ନେଇ । ଅକ୍ଷୟ କୁମାର ଏଠାରେ ତାଙ୍କର ଉତ୍ତର ଆମେରିକା ଗସ୍ତ ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ମାର୍ଚ୍ଚ ୩ ରୁ ତାଙ୍କର ଯାତ୍ରା ଆରମ୍ଭ ହେବ । ଏହି ଭିଡିଓରେ ଅକ୍ଷୟ କୁମାରଙ୍କ ସହ ନୋରା ଫତେହି, ମୌନି ରୟ, ଦିଶା ପାଟନୀ, ସୋନମ ବାଜୱା ମଧ୍ୟ ଦେଖିବାକୁ ମିଳିଛି । ଅକ୍ଷୟ କୁମାରଙ୍କ ପରି ଏମାନେ ମଧ୍ୟ ଭାରତ ମାନଚିତ୍ରରେ ଚାଲୁଥିବା ନଜର ଆସିଛନ୍ତି । କିନ୍ତୁ ସମସ୍ତ କ୍ଷୋଭ କେବଳ ଅକ୍ଷୟ କୁମାର ଗ୍ଲୋବରେ ଚାଲିବାକୁ ନେଇ ଘଟିଛି ।
Bhai thodi to respect kar liya karo Hamare Bharat ki 😑 pic.twitter.com/mMLlQoXle5
— Pooran Marwadi (@Pooran_marwadi) February 5, 2023
ଅକ୍ଷୟ କୁମାରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉପଭୋକ୍ତା ଲେଖିଛନ୍ତି – ଭାଇ, ଅନ୍ତତଃପକ୍ଷେ ଆମ ଭାରତକୁ ସମ୍ମାନ ଦେଇ ଶିଖନ୍ତୁ । ଅନ୍ୟ ଜଣେ ଲେଖିଛନ୍ତି – ଏହି ଲଜ୍ଜାଜନକ ବିଷୟ, କାନାଡିୟ କୁମାର ଭାରତକୁ ବି ଛାଡିଲେନି । ଆଉ କେହି କେହି ଲେଖିଛନ୍ତି ଡିଜାଷ୍ଟର କିଙ୍ଗ । ଆଉ କେହି କେହି ଲେଖିଛନ୍ତି ଅକ୍ଷୟ କୁମାର ଜଣେ ଦେଶଦ୍ରୋହୀ । ତାଙ୍କର ଏପରି କାମ ପରେ ତାଙ୍କୁ ଭୁଲ ମାଗିବା କଥା ।