suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ଫିଲ୍ମ ଫ୍ଲପ୍ ଭୟ; କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ, କହିଲେ- ଭାରତ ମୋ ପାଇଁ ସବୁକିଛି

23/02/2023 at 10:40 PM

ମୁମ୍ବାଇ: ଫିଲ୍ମ ଫ୍ଲପ୍ ଭୟରେ କାନାଡ଼ା ନାଗରିକତା ତ୍ୟାଗ କରିବେ ବଲିଉଡ୍‌ ଖିଲାଡ଼ି କୁମାର ଅକ୍ଷୟ କୁମାର। ନାଗରିକତା ତ୍ୟାଗ କରିବା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଅକ୍ଷୟ କୁମାରଙ୍କୁ କାନାଡ଼ା ନାଗରିକତା ମିଳିଥିଲା। ଏଥିପାଇଁ ସେ ଅନେକ ସମୟରେ ସମାଲୋଚନାର ଶିକାର ହେଉଥିଲେ।

ଭାରତରେ ରହି ଲାଭାନ୍ୱିତ ହେଉଥିବା ବେଳେ ଅକ୍ଷୟ କାନାଡ଼ାର ନାଗରିକ ବୋଲାଉଛନ୍ତି ବୋଲି କହୁଥିଲେ ଲୋକେ। ଏବେ ତାଙ୍କର ଆଗାମୀ ଫିଲ୍ମ ‘ସେଲ୍‌ଫୀ’ ରିଲିଜ୍‌ ହେବାକୁ ଥିବା ବେଳେ କାନାଡ଼ା ନାଗରିକତା ତାଙ୍କୁ ଅଡ଼ୁଆରେ ପକାଇଛି। ତେଣୁ ସେ ପାସ୍‌ପୋର୍ଟ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ଅକ୍ଷୟ କୁମାର ସୂଚନା ଦେଇଛନ୍ତି।     

ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅକ୍ଷୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ ସେ ଅବେଦନ କରିଛନ୍ତି। ଦେଶ ପ୍ରତି ତାଙ୍କ ଭଲପାଇବାକୁ ପ୍ରମାଣିତ କରିବା ପାଇଁ ସେ କାନାଡ଼ା ନାଗରିକତା ତ୍ୟାଗ କରିଦେବେ ବୋଲି ଅକ୍ଷୟ କହିଛନ୍ତି।  

ସେ କହିଛନ୍ତି “ଭାରତ ମୋ ପାଇଁ ସବୁକୁଛି। ଯାହା ମୁଁ ଆୟ କରିଛି ଯାହା ମୁଁ ପାଇଛି ସବୁ ଏଇଠି। ମୁଁ ନିଜକୁ ସୌଭାଗ୍ୟ ମନେ କରେ ଯେ ଭାରତମାତା ପାଇଁ କିଛି କରିବାର ସୁଯୋଗ ମିଳିଛି। ତେବେ ଲୋକେ କିଛି ନ ଜାଣି ଯେତେବେଳେ ମନ୍ତବ୍ୟ ଦିଅନ୍ତି ସେତେବେଳେ ଖରାପ ଲାଗେ।”

ତେବେ ସେ କାନାଡ଼ା ନାଗରିକତା ପାଇଁ କାହିଁକି ଆବେଦନ କରିଥିଲେ ସେ ବିଷୟରେ ବି କହିଛନ୍ତି ଅକ୍ଷୟ। ଦିନ ଥିଲା ୧୯୯୦ ସମୟରେ ତାଙ୍କର ୧୫ ଟି ଫିଲ୍ମ ଫ୍ଲପ୍ ହୋଇସାରିଥିଲା। ବକ୍ସ ଅଫିସ୍‌ରେ ଖରାପ ପ୍ରଦର୍ଶନ ଚାପ ଯୋଗୁ ସେ କାନାଡ଼ା ନାଗରିକତା ପାଇଁ ଆବେଦନ କରିଥିଲେ ବୋଲି ଅକ୍ଷୟ କହିଛନ୍ତି।

ସେ କହିଛନ୍ତି “ମୁଁ ଭାବିଲି ଭାଇ ମୋ ଫିଲ୍ମ କାମ କରୁନାହିଁ। ମୋତେ ଆଉ କିଛି କାମ କରିବାକୁ ପଡ଼ିବ। କାମ ପାଇଁ ମୁଁ ସେଠାକୁ ଯାଇଥିଲି। ମୋର ଜଣେ ସାଙ୍ଗ କାନାଡ଼ାରେ ରହୁଛନ୍ତି। ସେ ମୋତେ କହିଥିଲେ ଯେ ଏଠିକି ପଳେଇ ଆସ। ଏହାପରେ ମୁଁ ଆବେଦନ କରିବା ପରେ ମୋତେ କାନାଡ଼ା ନାଗରିକତା ମିଳିଥିଲା।”

ତାଙ୍କର ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ଥିଲା। ତା ପୂର୍ବରୁ ଅକ୍ଷୟ କାନାଡ଼ା ନାଗରିକତା ନେଇଯାଇଥିଲେ। ହେଲେ ଫିଲ୍ମ ସଫଳ ହେବା ପରେ ଅକ୍ଷୟ ପୁଣି କେମିତି ଭାରତକୁ ପେରିଲେ ସେ ନେଇ ସେ ଖହିଛନ୍ତି “ମୋର ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ଥିଲା। ସୌଭାଗ୍ୟ ବଶତଃ ଏହି ଦୁଇଟି  ଫିଲ୍ମ ସୁପର ହିଟ୍ ହୋଇଥିଲା। ଏହାପରେ ମୋ ସାଙ୍ଗ ମୋତେ କହିଲେ ଯେ ଭାରତ ଫେରି ଯା। ଆଉଥରେ କାମ ଆରମ୍ଭ କର। ଏହାପରେ ମୁଁ ଭାରତ ଫେରିଲି। ମୋତେ ଅଧିକ କାମ ମିଳିଲା। ଏହା ଭିତରେ ମୁଁ ଭୁଲିଯାଇଥିଲି ଯେ ମୋର କାନାଡ଼ା ପାସ୍‌ପୋର୍ଟ ଥିଲା ବୋଲି। ମୁଁ କେବେ ଭାବିନଥିଲି ଯେ ମୋତେ ପାସ୍‌ପୋର୍ଟ ବନାଇବା ଦରକାର ବୋଲି। କିନ୍ତୁ ହିଁ ମୁଁ ପାସ୍‌ପୋର୍ଟ ବନାଇବାକୁ ଆବେଦନ କରିଛି। ”

   Related Posts