ହାଥରସ ଗଣଦୁଷ୍କର୍ମରେ କ୍ଷୁବ୍ଧ ଅକ୍ଷୟ କୁମାର, କହିଲେ- ଏସବୁ କେବେ ବନ୍ଦ ହେବ ? ଦୋଷୀକୁ ଫାଶିରେ ଝୁଲାଯାଉ

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯।୦୯: ଉତ୍ତର ପ୍ରଦେଶର ହାଥରସର ଗଣଦୁଷ୍କର୍ମ ଘଟଣାରେ ବଲିଉଡ ତାରକା କ୍ଷୁବ୍ଧ। ମଙ୍ଗଳବାର ଅକ୍ଷୟ କୁମାର ଟ୍ଵିଟ୍ କରି ନିଜର କ୍ରୋଧ ଜାହିର କରିଛନ୍ତି। ସେ କହିଛନ୍ତି ଏହି ପରି ଲଜ୍ଜାଜନକ ଘଟଣା କେବେ ବନ୍ଦ ହେବ ? ଦୋଷୀଙ୍କୁ ଫାଶି ମିଳିବା ଉଚିତ୍। ଉଲ୍ଲେଖନୀୟ ହାଥରସ ଗଣଦୁଷ୍କର୍ମର ଶିକାର ପୀଡିତା ମଙ୍ଗଳବାର ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି।

ଏହି ଘଟଣାରେ ବ୍ୟଥୀତ ଅକ୍ଷୟ କୁମାର କହିଛନ୍ତି, ହାଥରସରେ ଘଟିଥିବା ହୃଦୟ ବିଦାରକ ଗଣଦୁଷ୍କର୍ମ ଘଟଣାରେ ମୁଁ କ୍ରୋଧିତ ଏବଂ ମର୍ମାହତ। ଏସବୁ କେବେ ବନ୍ଦ ହେବ ? ଆଇନ ଓ ଏଜେନ୍ସିକୁ ଆହୁରି କଠୋର ହେବାକୁ ପଡିବ। ଏମିତି ସଜା ଦେବା ଉଚିତ୍ ଯଦ୍ଵାରା ଏମିତି ଘଟଣା ପୁନର୍ବାର ଘଟିବ ନାହିଁ। ଦୋଷୀଙ୍କୁ ଫାଶି ଦିଆଯାଉ। ନିଜ ଭଉଣୀ-ଝିଅଙ୍କୁ ବଞ୍ଚାଇବା ପାଇଁ ସ୍ଵର ଉଠାନ୍ତୁ। ଅତି କମରେ ଆମେ ତ ଏତିକି କରି ପାରିବା।

wp:html /wp:html

କଣ ଘଟଣା

ମଙ୍ଗଳବାର ହାଥରସର ଝିଅ  ଜୀବନ ଓ ମରଣ ସହ ଲଢେଇ କରି ଆଜି ଶେଷରେ ଆଖି ବୁଜିଛନ୍ତି। ଅଭିଯୋଗ ହୋଇଛି ସେପ୍ଟେମ୍ବର ୧୪ରେ ଯୁବତୀଙ୍କ ସହିତ ଗାଁର ବଦମାସ ଯୁବକ ଗଣଦୁଷ୍କର୍ମ କରିଥିଲେ ଓ ନିର୍ମମ ଭାବେ ମାଡ ମାରିଥିଲେ। ହେଲେ ହାଥରସ ପୋଲିସର ଏଫଆଇଆରରେ ଗଣ ଦୁଷ୍କର୍ମ ଉଲ୍ଲେଖ ହୋଇ ନାହିଁ। କିନ୍ତୁ ଝିଅର ଗଣଦୁଷ୍କର୍ମ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ମାମଲାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି। ଯୋଗୀ ସରକାରଙ୍କ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀ ଦଳ ଟାର୍ଗେଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.