ରାଜନୀତିରେ ସାମିଲ ହେବେ କି ଆକ୍ସନ ଷ୍ଟାର ? ପ୍ରଶ୍ନର ଏମିତି ଉତ୍ତର ରଖିଲେ ଅକ୍କି

Published By : Prameya-News7 Bureau | July 05, 2022 IST

ମୁମ୍ୱାଇ ୦୫/୦୭: ଆକ୍ସନ ଷ୍ଟାର ଅକ୍ଷୟ କୁମାର ସଦା ସର୍ବଦା ଚର୍ଚ୍ଚାର ରହିଥାନ୍ତି । ସେ ଫିଲ୍ମ ହେଉ ବା ତାଙ୍କର ପରୋପକାରିତା ପାଇଁ ସେ ଲାଇମ ଲାଇଟରେ ରହିଥାନ୍ତି । କେହି କେହି ତାଙ୍କୁ ଦୟାଳୁ ଷ୍ଟାର ବଲି କହିଥାନ୍ତି । ରିଲ ଲାଇଫ ଛଡା ରିଅଲ ଲାଇଫରେ ସେ ଅନେକ ସାହାଯ୍ୟ ସହଯୋଗ କରିବାର ନଜିର ରହିଛି ।

ଏବେ ଏମିତି କିଛି ଷ୍ଟେଟମେଣ୍ଟ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରିଲ ଲାଇଫରେ ସେ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଆକ୍ସନ ହେଉ ବା କମେଡି ସବୁଥିରେ ପାରଙ୍ଗମ । ଏପରିକି ଅନେକ ଦେଶପ୍ରେମ ପିଲ୍ମ ବି କରିଛନ୍ତି । ତାଙ୍କର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ସବୁ ରହିଛି । ସେହିପରି ସେ ସୋସିଆଲ ମିଡିଆରେ ସେ ସର୍ବଦା ଆକ୍ଟିଭ ଥାନ୍ତି ।

ଟ୍ୱିଟରରେ ସେ ବିବିନ୍ନ ପ୍ରସଙ୍ଗରେ ନିଜର ମତ ରଖନ୍ତି । ସମୟ ସମୟରେ ସରକାରଙ୍କ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମକୁ ବି ସମର୍ଥନ କରନ୍ତି । ଏବେ ତାଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଅକ୍ଷୟ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ଯେଉଁଠି ତାଙ୍କ ରାଜନୀତିରେ ପ୍ରବେଶ କିଛି ପ୍ରଶ୍ନର ପଚରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଙ୍କୁ ରାଜନୀତିରେ ଆସିବା ବିଷୟରେ ପ୍ରଶ୍ନ କରାଯାଇଥିଲା । ଯେଉଁଥିରେ ସେ ପ୍ରଶ୍ନର ଉତ୍ତର ବି ରଖିଥିଲେ ।

ଏହାକୁ ନେଇ ସେ କହିଥିଲେ, ‘ମୁଁ ଫିଲ୍ମ ତିଆରି କରି ବହୁତ ଖୁସି । ଜଣେ ଅଭିନେତା ଭାବରେ, ମୁଁ ସାମାଜିକ ସମସ୍ୟା ଉଠାଇବାକୁ ଚେଷ୍ଟା କରେ । ମୁଁ ୧୫୦ ଟି ଫିଲ୍ମ ପ୍ରଡ୍ୟୁସ୍ କରିଛି, ଯାହା ମୋ ହୃଦୟର ସବୁଠୁ ନିକଟତମ ହେଉଛି ରକ୍ଷା ବନ୍ଧନ । ମୁଁ କମର୍ଶିଆଲ୍ ଫିଲ୍ମ ନିର୍ମାଣ କରେ, ବେଳେବେଳେ ସାମାଜିକ ପ୍ରସଙ୍ଗରେ ଫିଲ୍ମ କରେ।

ମୁଁ ଗୋଟିଏ ବର୍ଷରେ ୩-୪ ଟି ଫିଲ୍ମ ପ୍ରସ୍ତୁତ କରେ । ଏହାପୂର୍ବରୁ, ୨୦୧୯ ରେ ଏକ ଇଭେଣ୍ଟରେ ରାଜନୀତିରେ ଯୋଗଦେବା ପ୍ରଶ୍ନରେ ଅକ୍ଷୟ କହିଥିଲେ, ‘ନା, କେବେ ବି ନୁହେଁ, ମୁଁ ଖୁସି ରହିବାକୁ ଚାହେଁ। ମୁଁ ଫିଲ୍ମକୁ ଭଲ ପାଏ ଏବଂ ଫିଲ୍ମ ମାଧ୍ୟମରେ ମୋ ଦେଶରେ ଅବଦାନ ଦେବାକୁ ଚାହେଁ। ତାହା ମୋର କାମ। ‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.