vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ବଲିଉଡ୍ ବନାମ ସାଉଥ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର, କହିଲେ- ଲୋକ କ’ଣ କହୁଛନ୍ତି ସେଥିରେ ମୋର ମତଲବ ନାହିଁ

20/05/2022 at 9:49 PM

ମୁମ୍ବାଇ ୨୦।୫: ଅକ୍ଷୟ କୁମାର ସେହି ବଲିଉଡ୍ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯାହାର ବର୍ଷକରେ ୫ରୁ ୬ଟି ଫିଲ୍ମ ରିଲିଜ ହୋଇଥାଏ । ଖୁବ୍ ଶୀଘ୍ର ତାଙ୍କର ଅଭିନୀତି ଫିଲ୍ମ ‘ପୃଥ୍ବୀରାଜ’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି । ଅକ୍ଷୟ କୁମାର ସବୁବେଳେ ବିବାଦରୁ ନିଜକୁ ଦୂରେଇ ରଖନ୍ତି ଏବଂ ବିବାଦୀୟ ମନ୍ତବ୍ୟ ମଧ୍ୟ ଦିଅନ୍ତି ନାହିଁ । କିନ୍ତୁ ଯେତେବେଳେ ତାଙ୍କୁ ବଲିଉଡ୍ ବନାମ ସାଉଥ୍‌କୁ ନେଇ ତାଙ୍କୁ ପ୍ରତିକ୍ରିୟା ପଚରା ଯାଇଥିଲା ସେତେବେଳେ ସେ ଚୁପ୍ ରହିବା ପରିବର୍ତ୍ତେ ସେ ତାଙ୍କ ମନ କଥା କହିଛନ୍ତି ।

ଅକ୍ଷୟ କୁମାର କହିଛନ୍ତି ଯେ, ଦେଶକୁ ବିଭାଜନ କରିବା ଉଚିତ ନୁହେଁ । ସାଉଥ୍ ଇଣ୍ଡିଆ କି ନର୍ଥ ଇଣ୍ଡିଆ କି ବଲିଉଡ୍ କଥା କୁହନ୍ତୁ ନାହିଁ । ଯଦି କିଛି ଲୋକ କହୁଛନ୍ତି ତେବେ ଆପଣ କୁହନ୍ତୁ ନାହିଁ । ଲୋକମାନେ କ’ଣ କହୁଛନ୍ତି ସେଥିରେ ମୋର କୌଣସି ମତଲବ ନାହିଁ । ମୁଁ ଏହା କହୁଛି ଯେ ଏହା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି । ବ୍ରିଟିଶମାନେ ମଧ୍ୟ ଏହା କରିଥିଲେ । ସେମାନେ ଭାରତକୁ ବିଭାଜନ କରିଥିଲେ । ଆପଣ ଏହା ଦେଖନ୍ତୁ ଯେ ଆପଣ ଦେଶକୁ କ’ଣ ଦେଇପାରିବେ । କେହି କିଛି ବି କହୁ  ଇଣ୍ଡଷ୍ଟ୍ରି ଗୋଟିଏ । ମୁଁ ଚାହେଁ ସେମାନଙ୍କର ଚାଲୁ, ଆମର ବି ଚାଲୁ । ତେବେ ଯାଇ ଆମେ ଲାଭରେ ରହିବୁ ।

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ପୃଥ୍ବୀରାଜ’ ଜୁନ୍ ୩ରେ ରିଲିଜ ହେବାକୁ ଯାଉଛି । ଯେଉଁ ଫିଲ୍ମରେ ଅକ୍ଷୟ କୁମାର ପ୍ରଥମ ଥର କୌଣସି ରାଜା ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ସେ ସମ୍ରାଟ ପୃଥ୍ବୀରାଜଙ୍କ ଭୂମିକାରେ ଅଭିନୟ କରିବେ ଏବଂ ତାଙ୍କ ବୀରଗାଥାକୁ ବଖାଣିବେ । ତାଙ୍କ ସହ ଫିଲ୍ମରେ ମାନୁଷୀ ଚିଲରଙ୍କୁ ଦେଖିବାକୁ ମିଳିବ । ଯିଏ ରାଣୀ ସୟୋଂଗୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ଉପରେ ଗତ ୧୨ ବର୍ଷ ହେବ କାମ ଚାଲିଛି । ପୂର୍ବରୁ ସନ୍ନି ଦେଓଲ ଏବଂ ଐଶ୍ବର୍ଯ୍ୟା ରାୟଙ୍କୁ ନେଇ ଏହି ଫିଲ୍ମ ନିର୍ମିତ ହେବାର ଥିଲା । କିନ୍ତୁ କିଛି କାରଣରୁ ସେମାନେ ଏହି ଫିଲ୍ମରେ ସେମାନେ ଅଭିନୟ କରିପାରିଲେ ନାହିଁ । ଏବେ ମନୁଷୀ ଚିଲାର ଏବଂ ଅକ୍ଷୟ କୁମାର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

   Related Posts