Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀଙ୍କୁ ଅକ୍ଷୟ କୁମାର ପଚାରିଲେ , ମାଙ୍କ ସହ ରହିବାକୁ ଇଚ୍ଛା ହୁଏ ନାହିଁ କି ? ଜାଣନ୍ତୁ କଣ କହିଲେ ମୋଦି

24/04/2019 at 3:47 PM

ମୁମ୍ୱାଇ୨୪|୪: ଆସନ୍ତା ୨୯ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ତେବେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ନିର୍ବାଚନୀ ମାହୋଲ ସରଗମ ଥିଲା ବେଳେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାରର ଭିଡିଓ ଏବେ ବେଶ ଚର୍ଚ୍ଚାରେ ଅଛି। ଏହି ସାକ୍ଷାତକାର ଭିଡିଓର ୩ଟି ଟିଜର ଟୁଇଟ୍‌ କରିଛନ୍ତି ଅକ୍ଷୟ କୁମାର। ଉଭୟଙ୍କ କଥା ବର୍ତ୍ତା ବା ସାଯାତକାରର ଭିଡିଓ ଭାଇରାଲ ହୋଇଛି।
୧- ଭିଡିଓର ପ୍ରଥମ ଟିଜରରେ ଅକ୍ଷୟ କୁମାର ଏକ ଭାବପ୍ରବଣ ପ୍ରଶ୍ନ କରିଥିଲେ । ନିଜ ପରିବାର, ମା ବାପା, ଭାଇ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରହିବାକୁ କେବେ ଇଚ୍ଛା ହୁଏ କି ବୋଲି ଅକ୍ଷୟ ମୋଦିଙ୍କୁ ପଚାରିଥିଲେ। ଏ ନେଇ ମୋଦି କହିଥିଲେ ଯେ, ଖୁବ କମ ବୟସରୁ ସେ ନିଜ ପରିବାରଠୁ ଅଲଗା ରହୁଛନ୍ତି। ଏବେ ସେ ମାଙ୍କ ପାଖକୁ ଗଲେ, “ମା କୁହନ୍ତି ମୋ ପାଇଁ ସମୟ ନଷ୍ଟ କରେନି”  ବୋଲି ମୋଦି କହିଛନ୍ତି। ମୋଦି କହିଛନ୍ତି ଯେ, ସେ କେବେ ସ୍ୱପନରେ ଭାବିନଥିଲେ ଯେ ସେ ଦିନେ ପ୍ରଧାନମନ୍ତ୍ରୀ ହେବେ। କିନ୍ତୁ ସେ କର୍ମରେ ବିଶ୍ୱାସ ରଖନ୍ତି। ଏହି କାରଣରୁ ଆଜି ସମଗ୍ର ଦେଶର ଭଲ ପାଇବା ତାଙ୍କ ସହ ଅଛି।୨- ଦ୍ବିତୀୟ ଭିଡିଓ ଟିଜରରେ ଅକ୍ଷୟ କୁମାର ମୋଦିଙ୍କୁ ପଚାରିଛନ୍ତି ଯେ, ମୋଦିଙ୍କୁ ଆମ୍ୱ ଖାଇବା ପସନ୍ଦ କି? ଏହି ପ୍ରଶ୍ନର ପ୍ରଧାନମନ୍ତ୍ରୀ କୌଣସି ଉତ୍ତର ନଦେଇ କେବଳ ହସିଥିଲେ। ଏହା ପରେ ଅକ୍ଷୟ ମୋଦିଙ୍କୁ ଏକ ହସ କଥା ଶୁଣାଇବାର ଅନୁମତି ମାଗିଥିଲେ। ଅନୁମତି ମିଳିଲା ପରେ ଅକ୍ଷୟ ତାଙ୍କୁ ଗୁଜରାଟିରେ ଏକ ହସ କଥା ଶୁଣାଇଥିଲେ। ଏହା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟି କି? ପ୍ରଶ୍ନ କରିଥିଲେ ଅକ୍ଷୟ କାରଣ ଗୁଜରାଟି ମାନେ ଆର୍ଥିକ କାରବାର ସଠିକ୍‌ କରନ୍ତି।

୩- ତୃତୀୟ ଭିଡିଓରେ ଅକ୍ଷୟ ମୋଦିଙ୍କୁ ତାଙ୍କ ଶୋଇବା ବିଷୟରେ ପ୍ରଶ୍ନ କରିଥିଲେ। ପୂର୍ବ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟେ ଦିନରେ ମାତ୍ର ୩ରୁ ୪ ଘଣ୍ଟା ଶୋଇଥାନ୍ତି। ତେବେ ଏ ନେଇ ଅକ୍ଷୟ କହିଥିଲେ ଯେ, ସାଧାରଣତଃ ମଣିଷଙ୍କୁ ଅନ୍ୟୂନ ୭ ଘଣ୍ଟା ଶୋଇବା ଆବଶ୍ୟକ। କାରଣ ଶରୀରର ଡିମାଣ୍ଡ ଅନୁସାରେ ସେତିକି ଘଣ୍ଟା ଆରାମ କରିବା ଜରୁରୀ। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ଏତେ କମ ସମୟ କାହିଁକି ଶୁଅନ୍ତି ବୋଲି ପ୍ରଶ୍ନ କରିଥିଲେ ଅଭିନେତା ଅକ୍ଷୟ।  ମୋଦି କହିଥିଲେ ଯେ, ଓବାମା ତାଙ୍କର ବହୁତ ଭଲ ସାଙ୍ଗ। ସେ ଯେବେ ତାଙ୍କୁ ଭେଟନ୍ତି ସେ ମଧ୍ୟ ଏହା କୁହନ୍ତି । ସବୁବେଳେ ମୋଦିଙ୍କୁ ତାଙ୍କ ଶୋଇବା ସମୟ ଅଧିକ କରିବା ପାଇଁ କହିଥିଲେ ଓବାମା। ମୋଦି କହିଥିଲେ ଯେ, ତାଙ୍କ ଶରୀର ସେତିକି ସମୟ ଶୋଇବାରେ ଅଭ୍ୟସ୍ଥ ହୋଇଯାଇଛି।

 

   Related Posts