ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲିଷ୍ଟ ମିଲନ ଯାଦବଙ୍କ ଦେହାନ୍ତ, ପୋଷ୍ଟ ସେୟାର କରି ଭାବୁକ ହେଲେ ଅଭିନେତା

Published By : Prameya-News7 Bureau | September 12, 2022 IST

ମୁମ୍ଵାଇ ୧୨।୦୯: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲଷ୍ଟ ମିଲନ ଯାଦବଙ୍କ ଦେହାନ୍ତ ହୋଇଛି। ଯାଦବ ମିଲାନ ଅକ୍ଷୟ କୁମାରଙ୍କ ସହ ୧୫ ବର୍ଷରୁ ଅଧିକ ସମୟ କାମ କରିଛନ୍ତି। ଟ୍ଵିଟରରେ ମିଲାନଙ୍କ ସହ ନିଜର ଏକ ପୁରୁଣା ଫଟୋ ପୋଷ୍ଟ କରି ଅକ୍ଷୟ ଦୁଃଖ ପ୍ରକାଶ କରିଛନ୍ତି।

wp:html /wp:html

ପୋଷ୍ଟ ସେୟାର କରି ଅକ୍ଷୟ ଲେଖିଛନ୍ତି – ତୁମେ ସବୁବେଳେ ଧ୍ୟାନ ଦିଅ ମୋର ଗୋଟିଏ ବି କେଶ ନଷ୍ଟ ନହୁଏ । ମୋ ସହିତ ମିଲାନ୍ ଯାଦବ ୧୫ ବର୍ଷରୁ ଅଧିକ ସମୟ ବିତାଇଛନ୍ତି। ଏବେ ବି ବିଶ୍ଵାସ ହେଉନି ତୁମେ ଆମକୁ ଛାଡି ପଳାଇଛ। ମୁଁ ତୁମକୁ ବହୁତ ମନେ ପକାଇବି ଓମ୍‌ ଶାନ୍ତି।

ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ମଧ୍ୟ ମିଲାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, 'ବହୁତ କମ୍ ବୟସରେ ମରିଯାଉଥିବା ଲୋକଙ୍କ ବିଷୟରେ ଶୁଣିବା ବହୁତ କଷ୍ଟକର । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି- "ମିଲାନ୍ ବହୁତ ଭଲ ବ୍ୟକ୍ତି ଥିଲେ । ଓମ୍ ଶାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.