ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
23/03/2023 at 10:55 PM

ମୁମ୍ବାଇ: ବଲିଉଡର ମିଷ୍ଟର ଖିଲାଡ଼ି ଅକ୍ଷୟ କୁମାର। ଫିଲ୍ମରେ ଷ୍ଟଣ୍ଟ ଓ ଆକ୍ସନ ସିନ୍ ପାଇଁ ସେ ଖୁବ୍ ପରିଚିତ। ଅକ୍ଷୟ ନିଜ ଫିଲ୍ମର ପ୍ରାୟ ୯୫ ପ୍ରତିଶତ ଷ୍ଟଣ୍ଟ ସେ ନିଜେ କରନ୍ତି। ଅକ୍ଷୟ ନିଜେ ଷ୍ଟଣ୍ଟ କରିବାକୁ ଭଲପାଆନ୍ତି। ଏଥିପାଇଁ ସେ ରିକ୍ସ ନେବାକୁ ମଧ୍ୟ ପଛାନ୍ତି ନାହିଁ।
ଟାଇଗର ଶ୍ରଫ୍ଙ୍କ ସହ ତାଙ୍କର ଫିଲ୍ମ “ ବଡ଼େ ମିଆଁ ଛୋଟେ ମିଆଁ” ଶୁଟିଂ ଚାଲିଥିବା ବେଳେ ଷ୍ଟଣ୍ଟ କରୁ କରୁ ଆହତ ହୋଇଛନ୍ତି ଅକ୍ଷୟ କୁମାର। ସ୍କଟ୍ଲାଣ୍ଡରେ ଏହି ଫିଲ୍ମର ଶୁଟିଂ ଚାଲିଥିବା ଅକ୍ଷୟଙ୍କର ଆଣ୍ଠୁରେ ଆଘାତ ଲାଗିଛି।
ଏବେ ସେ ତାଙ୍କ ଆଣ୍ଠୁରେ ବ୍ରାସ୍ ଲଗାଇଛନ୍ତି। ଆହତ ପରେ ଆକ୍ସନ ଶୁଟିଂକୁ ସ୍ଥଗିତ ରଖାଯାଇଥିବା ବେଳେ କାରଣ ସ୍କଟ୍ଲାଣ୍ଡରେ ଶୁଟିଂ ସମୟ ସରି ନଯାଉ ସେଥିପାଇଁ ଅକ୍ଷୟ ଅନ୍ୟ କ୍ଲୋଜ୍ଅପ୍ ସିନ୍ ଗୁଡ଼ିକର ଶୁଟିଂ ଜାରି ରଖିଛନ୍ତି ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି।
ଏହି ଫିଲ୍ମର ଅଲ୍ଲୀ ଆବ୍ବାସ ଜାଫର, ସୋନାକ୍ଷୀ ସିହ୍ନା, ପୃଥ୍ୱୀରାଜ ସୁକୁମାରଣ ଆଦି ଅଭିନୟ କରିଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଜ୍ୟାକି ଭଗନାନୀ। ସୂଚନା ଥାଉକି ଏହି ଫିଲ୍ମଟି ୧୯୯୮ରେ ଗୋବିନ୍ଦା ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ ଫିଲ୍ମରୁ ନିଆଯାଇଛି। ଯାହାର ନିର୍ଦ୍ଦେଶନା ଡେଭିଡ୍ ଧାୱନ ଦେଇଥିଲେ।