ଛାତ୍ରୀନିବାସ ପାଇଁ ଅକ୍ଷୟ ଦାନ କଲେ ୧ କୋଟି ଟଙ୍କା, ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | February 29, 2024 IST

ମୁମ୍ଵାଇ ୧୨।୦୨: ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର । ଚଳିତ ବର୍ଷ ତାଙ୍କର ଅନେକ ଚଳଚ୍ଚିତ୍ର ଆସୁଛି। ଯେଉଁଥିରେ ସେ ଧମାଲ କରିବାକୁ ପ୍ରସ୍ତୁତ । ଗୋଟିଏ ପରେ ଗୋଟିଏ ନୂଆ ଚଳଚ୍ଚିତ୍ରରେ ଅକ୍ଷୟଙ୍କୁ ଦେଖିବାକୁ ମିଳିବ। 'ବଡେ ମିଆଁ ଛୋଟ୍ ମିଆଁ' ଚଳିତ ବର୍ଷ ଅଭିନେତାଙ୍କ ପ୍ରଥମ ଫିଲ୍ମ। ବର୍ତ୍ତମାନ ଚଳଚ୍ଚିତ୍ରର ପ୍ରମୋଶନରେ ଜୋରଦାର ଚାଲିଛି। ଏଥିପାଇଁ ଅଭିନେତା ଉଦୟପୁରରେ ପହଞ୍ଚିଥିଲେ। ସେ ଫିଲ୍ମର ପ୍ରମୋସନ ପାଇଁ ନୁହେଁ ବରଂ ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ପାଇଁ ଏଠାକୁ ଆସିଥିଲେ। ଅଭିନେତା 'ଖେଲ ଖେଲ ମେଁ'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାପସୀ ପନ୍ନୁ ତାଙ୍କ ସହ ନଜର ଆସିବେ। ଏହା ମଧ୍ୟ କୁହାଯାଉଛି ଯେ ଅଭିନେତା ସେଠାରେ ୧ କୋଟି ଟଙ୍କା ଦାନ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟ ଅନୁଯାୟୀ ଅକ୍ଷୟ କୁମାର ଶୁଟିଂରୁ ବିରତି ନେଇ ଖେରୱାରା ଥିବା ବନବାସୀ କଲ୍ୟାଣ ପରିଷଦ ହଷ୍ଟେଲ ପରିଦର୍ଶନ କରିଥିଲେ। ସେଠାରେ ସେ ପିଲାମାନଙ୍କ ସହିତ ପୂଜା ଅର୍ଚ୍ଚନା କଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଇଛି। ଯେତେବେଳେ ଅଭିନେତା ସେଠାରେ ପହଞ୍ଚିଲେ, ସେତେବେଳେ ଆଳତୀ ହେଉଥିଲା । ଅଭିନେତା ଏଥିରେ ଭାଗ ନେଇଥିଲେ । ପିଲାମାନେ ତାଙ୍କୁ ଦେଖିବା କ୍ଷଣି ଖୁସି ହୋଇଯାଇଥିଲେ। ଏହା ପରେ ଅଭିନେତା ପିଲାମାନଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ପାଠ ପଢା ବିଷୟରେ ଜାଣିଲେ । କୁହାଯାଉଛି ଯେ ଏହା ପରେ ଅଭିନେତା ଗର୍ଲସ୍‌ ହଷ୍ଟେଲ ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦେଇଛନ୍ତି।

wp:html /wp:html

ନିକଟରେ ଅକ୍ଷୟ କୁମାରଙ୍କର ଏହି ହଷ୍ଟେଲ ସହିତ ଏକ ଦୀର୍ଘ ସମ୍ପର୍କ ରହିଛି । ଏହାର ପୁରୁଣା ହଷ୍ଟେଲ ଅକ୍ଷୟଙ୍କ ପିତାଙ୍କ ନାମରେ ନାମିତ ହୋଇଛି। ଏକ ବର୍ଷ ପୂର୍ବେ ଏହି ହଷ୍ଟେଲ ନିର୍ମାଣ ପାଇଁ ଅଭିନେତା ଏକ ସାହାଯ୍ୟ ହାତ ବଢାଇଥିଲେ। ହଷ୍ଟେଲର ନାମ ରାଜସ୍ଥାନ ବନବାସୀ କଲ୍ୟାଣ ପରିଷଦ ହରିଓମ ଆଶ୍ରୟ ହଷ୍ଟେଲ ରଖାଯାଇଥିଲା। ଅଭିନେତାଙ୍କ ପିତାଙ୍କ ନାମ ହରିଓମ ଭାଟିଆ । ବର୍ତ୍ତମାନ ଅକ୍ଷୟ ଏକ ଗର୍ଲସ୍‌ ହଷ୍ଟେଲ ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି।

wp:embed {"url":"https://www.prameyanews7.com/deepika-padukone-pregnancy-confirmed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/deepika-padukone-pregnancy-confirmed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.