ଫିଲ୍ମ ଫ୍ଲପ୍‌ ହେବା ପରେ କାନାଡା ସିଫ୍ଟ ହୋଇଥାନ୍ତେ ଅକ୍ଷୟ, ଅଭିନେତା କଲେ ଖୁଲାସା

Published By : Prameya-News7 Bureau | August 14, 2022 IST

ମୁମ୍ବାଇ ୧୪।୦୮: ଅକ୍ଷୟ କୁମାର କାନାଡା କୁମାର ନାମରେ ଜଣାଶୁଣା। ଏହି ନାମ କହି ତାଙ୍କୁ ବାରମ୍ବାର ଟ୍ରୋଲ କରାଯାଏ । ନିକଟେ ଜଣାପଡିଥିଲା କି  ଅକ୍ଷୟ ପ୍ରତିବର୍ଷ ସର୍ବାଧିକ ଟ୍ୟାକ୍ସ ଦିଅନ୍ତି ।୨୦୧୯ରେ ଅକ୍ଷୟଙ୍କୁ ଟ୍ରୋଲ କରାଯାଇଥିଲା । କାହିଁକି ନା ତାଙ୍କର କାନାଡା ନାଗରିକତା ଅଛି । ତେଣୁ ସେ ଲୋକସଭା ନିର୍ବାଚନ ସମୟରେ ଭୋଟ୍ ଦେଇ ନଥିଲେ। ଏନେଇ ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ତାଙ୍କର କାନାଡିୟ ନାଗରିକତା ମଧ୍ୟ ଅଛି । ଯେତେବେଳେ ତାଙ୍କ ଚଳଚ୍ଚିତ୍ର ଠିକ୍‌ ସେ ଚାଲୁନଥିଲା କାନାଡାକୁ ଯାଇ କାମ କରିବାକୁ ଚାହୁଁଥିଲେ। । ଯାହାକୁ ନେଇ କରଣ ତାଙ୍କ ଶୋ’ରେ ଅକ୍ଷୟଙ୍କୁ କିଛି ପଚାରିଥିଲେ।

ଏହ ସାକ୍ଷାତକାରରେ କରି ଅକ୍ଷୟ କହିଛନ୍ତି, 'ବର୍ଷେ ପୂର୍ବରୁ ମୋର ଫିଲ୍ମ ଭଲ ଚାଲୁନଥିଲା। ପ୍ରାୟ ୧୪-୧୫ ଚଳଚ୍ଚିତ୍ର କାମ କଲା ନାହିଁ। ତେଣୁ ମୁଁ ଅନୁଭବ କଲି ଯେ ମୋତେ ଅନ୍ୟ କୌଣସି ସ୍ଥାନରେ କାମ କରିବାକୁ ପଡିବ। କାନାଡାରେ ରହୁଥିବା ମୋର ଜଣେ ବନ୍ଧୁ ମୋତେ ସିଫ୍ଟ ହେବାକୁ ପରାମର୍ଶ ଦେଲେ। ଅନେକ ଲୋକ ସେଠାରେ କାମ ପାଇଁ ସ୍ଥାନାନ୍ତର କରୁଥିଲେ ଏବଂ ସେମାନେ ଭାରତୀୟ ଥିଲେ । ତେଣୁ ମୁଁ ମଧ୍ୟ ଅନୁଭବ କଲି ଯେ ଯଦି ଭାଗ୍ୟ ମୋତେ ସମର୍ଥନ କରୁନାହିଁ ତେବେ ମୋତେ କିଛି କରିବାକୁ ପଡ଼ିବ । ମୁଁ ସେଠାକୁ ଯାଇ ନାଗରିକତ୍ୱ ପାଇଁ ଆବେଦନ କଲି ଏବଂ ପାଇଲି ଗଲି।

ହେଲେ ପୁଣିଥରେ ନିଜର ମତ ବଦଳାଇ ଭାରତରେ ଭାଗ୍ୟ ପରୀକ୍ଷା ଦେଲି। ସେ କହିଛନ୍ତି, 'ମୋର ପାସପୋର୍ଟ ଅଛି ହେଲେ ପାସପୋର୍ଟ କ’ଣ? ଏହା ହେଉଛି ଏକ ଡକ୍ୟୁମେଣ୍ଟ । ଯେଉଁଥି ପାଇଁ ଆପଣ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି । ଦେଖ ମୁଁ ଭାରତୀୟ, ମୁଁ ମୋର ସମସ୍ତ ଟ୍ୟାକ୍ସ ଦେଉଛି । ମୋର ଏକ ପସନ୍ଦ ଅଛି ଯାହା ମୁଁ ସେଠାରେ ମଧ୍ୟ କରି ପାରିବି।  କିନ୍ତୁ ମୋତେ ମୋ ଦେଶ ପାଇଁ କରିବାକୁ ପଡିବ। ମୁଁ ମୋ ଦେଶରେ କାମ କରେ । ଅନେକ ଲୋକ ବହୁତ କିଛି କୁହନ୍ତି । ହେଲେ ମୋର ଫରକ୍‌ ପଡେ ନାହିଁ। ମୁଁ ସେହି ଲୋକମାନଙ୍କୁ କହିବାକୁ ଚାହେଁ ଯେ ମୁଁ ଜଣେ ଭାରତୀୟ ଏବଂ ସର୍ବଦା ଜଣେ ଭାରତୀୟ ହେଇ ରହିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.