ଫିଲ୍ମ ସୂର୍ଯ୍ୟବଂଶୀ ସେଟ୍ରୁ ଲିକ୍ ହେଲା ଅକ୍ଷୟ ଓ କ୍ୟାଟ୍ରିନାଙ୍କ ବାଇକ୍ ରାଇଡିଂ ଭିଡିଓ, ଫ୍ୟାନ୍ ଲେଖିଲେ…’ନିଆଁ ହିଁ ନିଆଁ ‘
12/02/2020 at 2:21 PM

ମୁମ୍ବାଇ୧୨|୨: ବଲିଉଡ ଖିଲାଡି ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ଅପକମିଂ ଫିଲ୍ମ ‘ସୂଯ୍ୟର୍ବଂଶୀ’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ଶୁଟିଂ ନେଇ ଉଭୟ ଷ୍ଟାର ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ୨୦୨୦ ମସିହାର ସବୁଠାରୁ ଦମ୍ଦାର ଫିଲ୍ମ ହେବ ବୋଲି ଦର୍ଶକଙ୍କ ଆଶା।ଲମ୍ବା ସମୟ ପରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ କେମିଷ୍ଟ୍ରି ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

ତେବେ ନିକଟରେ ଫିଲ୍ମ ସେଟ୍ରୁ ଏକ ଭିଡିଓ ଲିକ୍ ହୋଇଛି। ଅକ୍ଷୟ ଓ କ୍ୟାଟ୍ରିନାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଉଭୟ ବାଇକ୍ ରାଇଡିଂ କରୁଥିବାର ନଜର ଆସିଛନ୍ତି। ଜଣେ ଫ୍ୟାନ୍ ଏହି ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି। କ୍ୟାଟ୍ ଓ ଅକ୍ଷୟ କଳା ରଂଗର ଆଉଟ୍ଫିଟ୍ରେ ନଜର ଆସିଛନ୍ତି।

ଏହି ଭିଡିଓ ଖୁବ ସେୟାର କରାଯାଉଛି। ଫିଲ୍ମକୁ ରୋହିତ ସେଟ୍ଟୀ ଡାଇରେକ୍ଟ କରୁଛନ୍ତି। ଫିଲ୍ମରେ ଅକ୍ଷୟ ଓ କ୍ୟାଟ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଉଭୟଙ୍କ ବ୍ୟତୀତ ଫିଲ୍ମରେ ଅଜୟ ଦେବଗନ, ରଣବୀର ସିଂ, ଗୁଲଶନ ଗ୍ରୋଭର, ଅଭିମନ୍ୟୁ ସିଂ, ଜ୍ୟାକି ଶ୍ରଫ୍, ସିକନ୍ଦର ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚ ମାସ ୨୭ ତାରିଖରେ ରିଲିଜ୍ ହେବ।