ଶାଢୀ ହେଉ ବା ସାଲଓ୍ୱାର ସୁଟ୍, ସବୁ ଡ୍ରେସ୍ରେ ଛାଇଗଲେ ଅକ୍ଷତା ମୂର୍ତ୍ତି, ଜାଣନ୍ତୁ ଏହାର ଦାମ୍
11/09/2023 at 2:48 PM

ନୂଆଦିଲ୍ଲୀ ୧୧/୦୯: ଶେଷ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ତେବେ ଏହି ସମ୍ମିଳନୀରେ ଲାଇମ୍ ଲାଇଟ୍କୁ ଆସିଥିଲେ ନାରାୟଣ ମୂର୍ତ୍ତିଙ୍କ ଝିଅ ତଥା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି । ଜି-୨ ସମ୍ମିଳନୀ ପାଇଁ ସ୍ୱାମୀ ଋଷି ସୁନକଙ୍କ ସହ ଭାରତ ଆସିଥିଲେ ଅକ୍ଷତା ।
ଏହି ଗସ୍ତ ସମୟରେ ତାଙ୍କୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଅନ୍ଦାଜରେ । ବିଦେଶରେ ରହି ବି ସେ ଛାଡିନଥିଲେ ଦେଶର ସଂସ୍କାର । ସମ୍ପୂର୍ଣ୍ଣ ସମ୍ମଳିନୀରେ ସେ ନଜର ଆସିଥିଲେ ପୂରା ଟ୍ରାଡିସିନାଲ ଗେଟ୍ ଅପ୍ରେ । କୌଣସି ଗୋଟିଏ ମୂହୂର୍ତ୍ତ ନଥିଲା ଯେଉଁଠି ଅକ୍ଷତା ଭାରତୀୟ ସଭ୍ୟତାକୁ ବଜାୟ ରଖିନଥିଲେ ।

ସେ ଏମିତି କିଛି ପୋଷାକ ପିନ୍ଧିଥିଲେ ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେପ୍ଟେମ୍ୱର ୯ ନୂଆ ଦିଲ୍ଲୀରେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାରେ ଗୋଟିଏ କୃଷି କର୍ମଶାଳାରେ ଅକ୍ଷତା ପିନ୍ଧିଥିଲେ ଫ୍ଲୋରାଲ୍ ପ୍ରିଣ୍ଟର ପୋଷାକ ପିନ୍ଧିଥିଲେ । ଅକ୍ଷତାଙ୍କ ଏହି ଡ୍ରେସ୍ ୟୁକେର ଡିଜାଇନର ମଣିମେକଲା ଫୁଲରଙ୍କ ଡିଜାଇନ୍ । ଯିଏକି ହେଉଛନ୍ତି ଭାରତୀୟ ମୂଳ ଡିଜାଇନର ।

ସେହିଭଳି ୯ ସେପ୍ଟେମ୍ୱରରେ ବ୍ରିଟିଶ୍ କାଉନସିଲ୍ରେ କିଛି ଷ୍ଟୁଡେଣ୍ଟସ୍ଙ୍କୁ ଭେଟିବାକୁ ଯାଇଥିଲେ ଅକ୍ଷତା ମୂର୍ତ୍ତି । ସେଠି ସେ ପିନ୍ଧିଥିଲେ ଓ୍ୱାଇଲ୍ଡ ଆଇରିସ୍ ମିଡି ସ୍କର୍ଟ । ଯାହାର ଡିଜାଇନ୍ କରିଥିଲେ ଷ୍ଟକ୍ହୋମର ଡିଜାଇନର୍ ସୋସେଲିଆ, ଯାହାର ଦାମ୍ ଥିଲା ୭,୪୯୯ । ୧୦ ସେପ୍ଟେମ୍ୱର ବ୍ରିଟେନ୍ ପ୍ରତ୍ୟାବର୍ତ୍ତନ ସମୟରେ ଅକ୍ଷତା ମୂର୍ତ୍ତି ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିଲେ । ସେହି ଶାଢୀକୁ ଡିଜାଇନ୍ କରିଥିଲେ ରାଁ ମେଗୋ । ଏହାର ନା ଭାୟଲୀ ସ୍ୱିଟ୍ ପିଙ୍କ ଶାଢୀ ।
you can also read…