ଅନେକ କିମ୍ବଦନ୍ତୀଙ୍କ ସମକକ୍ଷ ହେଲେ ଅକ୍ଷର ପଟେଲ, ଏହି କ୍ଲବରେ ମାରିଲେ ଏଣ୍ଟ୍ରି

Published By : Prameya-News7 Bureau | February 12, 2023 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶଣ କରି ସମସ୍ତଙ୍କ ଦୃଦୟ ଜିତିଛନ୍ତି।  ଅକ୍ଷର ପ୍ରଥମ ଇନିଂସରେ ୮୪ ରନ କରିଥିଲେ । ଏହି ରନ ସହ ସେ ଅନେକ କିମ୍ବଦନ୍ତ୍ରୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ପ୍ରଥମ ଟେଷ୍ଟ ମ୍ୟାଚରେ ଅକ୍ଷର ପଟେଲ ଚମତ୍କାର ବ୍ୟାଟିଂ କରିଥିଲେ । ୯ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅକ୍ଷର ୮୪ ରନର ଦମଦାର ଇନିଂସ ଖେଳିଥିଲେ । ଏଥିସହ ସେ ଜୟନ୍ତ ଯାଦବ ଏବଂ ଅନିଲ କୁମ୍ବଲେଙ୍କ ସମକକ୍ଷ ହୋଇଛନ୍ତି । ଅକ୍ଷର ୯ ନମ୍ବରରେ ଓହ୍ଲାଇ ୮୪ରୁ ଅଧିକ ରନ୍ ସଂଗ୍ରହ କରିଥିବା ପଞ୍ଚମ ବ୍ୟାଟର ହୋଇଛନ୍ତି ।

୯ ନମ୍ବରରେ ବ୍ୟାଟିଂ କରି ବଡ଼ ଇନିଂସ ଖେଳିଥିବା ଖେଳାଳିଙ୍କ ତାଲିକାର ପ୍ରଥମରେ ଜୟନ୍ତ ଯାଦବ ୧୦୪ ରନ, ଦ୍ବିତୀୟରେ ଫାରୁଖ ଇଞ୍ଜିନିୟର ୯୦ ରନ, ତୃତୀୟରେ ଅନିଲ କୁମ୍ବଲେ ୮୮ ରନ, ଚତୁର୍ଥରେ କରସନ ଘାବରୀ ୮୬ ରନ ଏବଂ ପଞ୍ଚମରେ ଅକ୍ଷର ପଟେଲ୍ ୮୪ ରନ ଜରୁ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।   ପ୍ରଥମ ମ୍ୟାଚ୍ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ରବିଚନ୍ଦ୍ରନ୍ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଯୋଗୁଁ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବାରେ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.