ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ, ଅବସ୍ଥା ଏବେ ଗୁରୁତର

Published By : Prameya-News7 Bureau | April 26, 2022 IST

ବିନିକା ୨୬।୦୪: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ। ସ୍କୁଲକୁ ଆଡମିଟ କାର୍ଡ ଆଣିବାକୁ ଯିବା ବେଳେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ସୋନପୁର ଜିଲ୍ଲା ବିନିକା ବ୍ଲକ ଚୁଲିମାଲ ଗାଁରେ ଘଟିଛି ଏଭଳି ଘଟଣା ।  ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ବ୍ଲକ ଚୁଲିମାଲ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲକୁ ଆଡମିଟ କାର୍ଡ ଆଣିବାକୁ ଯିବା ବେଳେ ଆକ୍ରମଣ ହୋଇଛି। ଛାତ୍ରୀଙ୍କ କାକାଙ୍କୁ ନିଜ ଗ୍ରାମର କିଛି ବ୍ୟକ୍ତି ପୂର୍ବ ଶତ୍ରୁତାକୁ ନେଇ ମାରପିଟ୍ କରୁଥିବା ସମୟରେ ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ଛାତ୍ରୀଙ୍କ ବାପା ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.