ପଟିଆ ଛକରେ ଯୁବକକୁ ଆକ୍ରମଣ, ତଳେ ପକାଇ ମାରିଲେ ଗୋଇଠା-ବିଧା

Published By : Prameya-News7 Bureau | August 08, 2022 IST

ଭୁବନେଶ୍ୱର ୦୮।୦୮ : ପଟିଆ ବଜାର ଛକରେ ଯୁବକକୁ ଆକ୍ରମଣ। ତିନିରୁ ଚାରି ଜଣ ଯୁବକ ଜଣେ ଯୁବକକୁ ଘୋଷାଡି ଘୋଷାଡି ଦେଲେ ନିସ୍ତୁକ ମାଡ଼ । ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।  

{"id":667670,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ବିଗ ବଜାର ଛକରେ କୌଣସି ଏକ କାରଣକୁ କେନ୍ଦ୍ର କରି ଜଣେ ବାଇକ୍ ଆରୋହୀ ଙ୍କୁ କିଛି ଯୁବକ ଟ୍ରାଫିକ ଛକରୁ ଘୋଷାଡି ନେଇ ଆକ୍ରମଣ କରିଥିଲେ । ଏପିରିକି ତଳେ ପକାଇ ବିଧା, ଗୋଇଠା ସହ ପଥରରେ ବି ଆକ୍ରମଣ କରିଥିଲେ। ଯୁବକ ଜଣଙ୍କ ରକ୍ତାକ୍ତ ହୋଇ ଗୁହାରି କରିଥିଲେ ମଧ୍ୟ ତାଙ୍କୁ କେହି ଉଦ୍ଧାର କରିବାକୁ ସାହସ କରିନଥିଲେ। ଏହି ସମସ୍ତ ଘଟଣା ସମସ୍ତ ଟ୍ରାଫିକ ପୋଷ୍ଟରେ ଥିବା ସିସିଟିଭିରେ କଏଦ ହୋଇଛି । ତେବେ କିଏ ସେହି ଆକ୍ରମଣର ଶିକାର ହୋଇଥିବା ଯୁବକ ଏବଂ କିଏ ସେ ଆକ୍ରମଣକାରି । ଯାହାର ପତ୍ତା ଏବେ ଯାଏଁ ପୋଲିସ ପାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.