ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଗାଁ ଦାଣ୍ଡରେ ଫୁଟିଲା ଗୁଳି

Published By : Prameya-News7 Bureau | July 01, 2021 IST

ଅନୁଗୋଳ ୦୧।୦୭: ଅନୁଗୋଳ ବ୍ଲକ୍ ବଡ କନ୍ତକୁଳ ଗାଁରେ ଗୋଷ୍ଠୀସଂଘର୍ଷ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଅଖିଳ ବେହେରାଙ୍କ ପରିବାର ସହ ଶିଶିର ସାହୁଙ୍କ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଶିଶିର ସାହୁ ଘରେ ରଖିଥିବା ଏକ ଦେଶୀ ବନ୍ଧୁକରେ ଅଖିଳ ବେହେରାଙ୍କୁ ଗୁଳି ମାଡ଼ କରିଥିବା ସହ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଖିଳଙ୍କ ବାମ ହାତରେ ଗୁଳି ବାଜିଛି। ଆହତଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବନ୍ତଳା ମେଡିକାଲରେ ଭର୍ତ୍ତି କରିଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଆନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

{"id":473791,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.