Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପୂର୍ବ ଶତ୍ରୁତାରୁ ତୁମୁଳକାଣ୍ଡ, ଜୟନ୍ତଙ୍କୁ କୁରାଢିରେ ଆକ୍ରମଣ କଲେ ପ୍ରଶାନ୍ତ !

6/10/2021 at 10:07 AM

ଆନନ୍ଦପୁର ୦୬।୧୦: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ପ୍ରଥମେ ଯୁବକଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା , ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ସରେଇ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ,  ସରେଇ ଗାଁର ଜୟନ୍ତ ସାହୁ ଗାଁ ନିକଟ କୁଶେଇ ନଦୀପଠାରେ ଶୌଚ ହୋଇଥିବା ଫେରୁଥିଲେ । ଏହି ସମୟରେ ଗାଁର ପ୍ରଶାନ୍ତ ସାହୁ ତାଙ୍କୁ କୁରାଢିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛନ୍ତି । ପ୍ରଶାନ୍ତ ଘରେ ଘରୋଇ ବିବାଦକୁ କେନ୍ଦ୍ର କରି ନିଜ ବଡ଼ଭାଇଙ୍କୁ ମାରିଥିଲେ । ଏହାକୁ ବିରୋଧ କରିଥିଲେ ଜୟନ୍ତ । ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଶାନ୍ତ, ଜୟନ୍ତଙ୍କୁ ଗାଳିଗୁଳଜ କରିବା ସହ ମାରିବାକୁ ଧମକ ଦେଇଥିଲେ । ଜୟନ୍ତ ଗାଁ ନଦୀରୁ ଶୌଚ ହୋଇ ଫେରୁଥିବା ବେଳେ  ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜୟନ୍ତ ଗୁରୁତର ହୋଇଥିଲା । ଜୟନ୍ତଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବ ଘଟଣାକୁ ରାଗ ରଖି ପ୍ରଶାନ୍ତ ଆକ୍ରମଣ କରିଥିବା ଜୟନ୍ତଙ୍କ ମାଆ ଅଭିଯୋଗ କରିଛନ୍ତି ।

   Related Posts