ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ମଦ ଦୋକାନ କର୍ମଚାରୀ ଗୁରୁତର

Published By : Prameya-News7 Bureau | October 28, 2022 IST

ସୋର ୨୮/୧୦: ମଦ ଦୋକାନ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ। ସାମାନ୍ୟ ଯୁକ୍ତିତର୍କରୁ ଦୁର୍ବୃତ୍ତ ତାଙ୍କ ସହଯୋଗୀଙ୍କ ସହିତ ୪ କର୍ମଚାରୀଙ୍କୁ ମିଳିତ ଭାବେ ଆକ୍ରମଣ କରିଛନ୍ତି। ଏପରି ଅଘଟଣ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁରରେ ଥିବା ଏକ ମଦ ଦୋକାନରେ ହୋଇଛି। ଖବର ଅନୁସାରେ, ଚନ୍ଦନ ସାହୁ ନାମକ ଜଣେ ଯୁବକ ମଦ କିଣିବାକୁ ଗୋପାଳପୁରରେ ଥିବା ମଦ ଦୋକାନକୁ ଆସିଥିଲେ। ସେଠାରୁ ମଦ କିଣିବା ପରେ ମଦ କାଉଣ୍ଟର୍ ମ୍ୟାନେଜର୍ ତାଙ୍କୁ ପଇସା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ଚନ୍ଦନ ତା'ର ସହଯୋଗିଙ୍କୁ ଡାକି ମଦ ଦୋକାନୀଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ମଦ ଦୋକାନ ପରିଚାଳକଙ୍କ ସହିତ ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ପ୍ରଥମେ ସେମାନଙ୍କୁ  ପାଖରେ ଥିବା ଗୋପାଳପୁର ଡାକ୍ତରଖାନା ଓ ପରେ ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.