scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋଦିଙ୍କ ସହ ଅକ୍ଷୟକୁମାରଙ୍କ ଇଣ୍ଟର୍ଭ୍ୟୁ; ଅନେକ ଅକୁହା କଥା କହିଲେ ମୋଦି, କଂଗ୍ରେସ କହିଲା ଅକ୍ଷୟଙ୍କଠୁ ବଡ ଆକ୍ଟର ମୋଦି

24/04/2019 at 7:06 PM

ଭୁବନେଶ୍ବର୨୪|୪; ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦିଙ୍କ ଅଜଣା ରାଇଜକୁ ଆବିଷ୍କାର ଲାଗିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର। ପ୍ରଧାନମନ୍ତ୍ରୀଙ୍କ ସହିତ ଅକ୍ଷୟଙ୍କ ହାଲକାଫୁଲକା ସାକ୍ଷାତାକାର ଏବେ ଚର୍ଚ୍ଚାର ବିଷୟ ହୋଇଛି । ସାକ୍ଷାତାକାରରେ ମୋଦି ତାଙ୍କର ପିଲାବେଳର ସ୍ବପ୍ନ ଠାରୁ ଆରମ୍ଭ କରି ମମତା ତାଙ୍କୁ ପ୍ରତିବର୍ଷ ଦେଉଥିବା ଗିଫ୍ଟ ସମ୍ପର୍କରେ କହିଛନ୍ତି ।

ସାମ୍ନାରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ହାଲ୍‌କାଫୁଲ୍‌କା ଇଣ୍ଟରଭ୍ୟୁ ଚାଲିଛି, କିନ୍ତୁ ମୋଦି ଦେଖାଇଲେ ପଲିଟିକ୍‌ସ ଏକ ପ୍ରେମ କଥା ।  ବିରୋଧୀ ଟିମ୍‌ରେ ମୋଦିଙ୍କର ଶତ୍ରୁ ଠାରୁ ମିତ୍ର ଅଧିକ । ତେଣିକି ସେ ଗୁଲାମ ନବୀ ଆଜାଦ ହୁଅନ୍ତୁ କି ମମତା ବାନାର୍ଜୀ । ଏପରିକି ମମତା କୁଆଡ଼େ ତାଙ୍କୁ ବର୍ଷକୁ ଗୋଟିଏ ନ ହେଲେ ଦୁଇଟି କୁର୍ତ୍ତା ଗିଫ୍ଟ କରନ୍ତି ।  ପୂରା ଇଲେକ୍ସନ ମାହୋଲର ଧଡ଼କନ ବନ୍ଦ। 

 ବଲିଉଡ୍‌ର ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କୁ ସାକ୍ଷାତକାର ଦେଇ ଆଜି ଅଜଣା କଥାକୁ ଲୋକଲୋଚନକୁ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ବାଂଲାଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଠା ପଠାଉଥିବା ଖବର ଶୁଣିବା ପରେ ମମତା ନିଜେ ମୋଦିଙ୍କ ପାଇଁ ମିଠା ପଠାନ୍ତି ବୋଲି ମଧ୍ୟ କହିଛନ୍ତି । ଗାନ୍ଧିଜୀଙ୍କ ଦ୍ବାରା ସେ ସର୍ବାଧିକ ପ୍ରଭାବିତ ହୋଇ ସେ ସ୍ବଚ୍ଛ ଭାରତ ମିଶନ ପାଇଁ ଅନୁପ୍ରାଣିତ ହୋଇଛନ୍ତି। ବୋଧେ ସେଇଥିପାଇଁ ସ୍ବଚ୍ଛ ଭାରତର ଆମ୍ବାସଡର ଟଏଲେଟ ଏକ ପ୍ରେମ କଥାର ହିରୋ ଅକ୍ଷୟ କୁମାରଙ୍କ ସାମ୍ନାରେ ନିଜ ମନକଥା ଖୋଲିବାକୁ ପସନ୍ଦ କରିଛନ୍ତି ମୋଦି।

ଏପଟେ ମୋଦିଙ୍କ ଇଣ୍ଟରଭ୍ୟୁ ସରୁସରୁ ତୀବ୍ର ହମଲା କରିଛି କଂଗ୍ରେସ । ଅକ୍ଷୟ କୁମାରଙ୍କ ଠାରୁ ମୋଦି ବଡ଼ ଆକ୍ଟର ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ମୁଖ୍ୟ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ।

ମୋଦିଙ୍କ ନାଁ ଶୁଣିଲେ ବଲିଉଡ଼ର ନାହି ଡିଏଁ। ଏକାଥରେ ୧୦୦ରୁ ଅଧିକ ନିର୍ଦ୍ଦେଶକ ଅଭିନେତା, ପ୍ରଯୋଜକ ମୋଦିଙ୍କ ବିରୋଧରେ ଏଲାନ ଏ ଜଙ୍ଗ କରିଥିଲେ। ମୋଦିଙ୍କ ବିରୋଧରେ ମତଦାନ ପାଇଁ ଅପିଲ କରିଥିଲେ । ଅକ୍ଷୟ କୁମାରଙ୍କୁ ସାକ୍ଷାତକାର ମୋଦି ଏକା ସାଙ୍ଗରେ ଗୋଟିଏ ଗୁଳିରେ ଦୁଇଟି ନୁହେଁ ଆହୁରି ଅନେକ ତୀର ବିନ୍ଧିଥିବା ଚର୍ଚ୍ଚା ହେଉଛି।

   Related Posts