ପ୍ରିୟଦର୍ଶନଙ୍କ କମେଡି ଫିଲ୍ମକୁ ପ୍ରଡ୍ୟୁସ କରିବେ ଅକ୍ଷୟ କୁମାର, ଆସନ୍ତା ବର୍ଷ ଆରମ୍ଭ ହେବ ସୁଟିଂ
12/09/2020 at 5:03 PM

ମୁମ୍ବାଇ ୧୨/୦୯: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ଫିଲ୍ମନିର୍ମାତା ପ୍ରିୟଦର୍ଶନଙ୍କ ଯୋଡି ବକ୍ସ ଅଫିସରେ ଧମାଲ ମଚାଇ ଥାଏ। ସେମାନେ ବହୁ ବର୍ଷ ହେବ ଏକାସାଥୀରେ ଅନେକ ଫିଲ୍ମ କାମ କରି ଆସୁଛନ୍ତି। ଏବେ ପୁଣି ଥରେ ଦୁହିଁଙ୍କ ଯୋଡି ଦେଖିବାକୁ ମିଳିବ। ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମରେ ଖିଲାଡି କୁମାର ନଜର ଆସିବେ। କେବଳ ଏତିକି ନୁହେଁ, ତା’ସହ ସେହି ଫିଲ୍ମକୁ ମଧ୍ୟ ପ୍ରଡ୍ୟୁସ କରିବେ। ଅବଶ୍ୟ ଫିଲ୍ମର ନାଁ ଓ ନା୍ରିକା ସମ୍ବନ୍ଧରେ ଏ ଯାଏଁ କିଛି ସୂଚନା ମିଳି ନାହିଁ।
ଫିଲ୍ମ ସୁଟିଂ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥାନ୍ତା ମାତ୍ର କୋଭିଡ୍ ଯୋଗୁ ଏହାକୁ ଆସନ୍ତା ବର୍ଷ ଜୁଲାଇ ଓ ଅଗଷ୍ଟକୁ ଘୁଞ୍ଚାଇ ଦିଆଯାଇ ଥିବା ପ୍ରିୟଦର୍ଶନ କହିଛନ୍ତି। ଦୀର୍ଘ ବର୍ଷ ଦୁହେଁ ଏକାଠି କାମ କରୁଥିବାରୁ ବେଶ୍ ଖୁସି ଅଛନ୍ତି ଅକ୍ଷୟ। ଏହା ସହ ଫିଲ୍ମର କାହାଣୀ ଭଲ ରହିଛି। ଅର୍ଥାତ୍ ଅକ୍ଷୟ ଫିଲ୍ମର କାହାଣୀ ଉପରେ ବେଶି ଗୁରୁତ୍ବ ଦିଅନ୍ତି। କାହାଣୀ ଭଲ ନ ଥିଲେ ସେ ଫିଲ୍ମରୁ ଓହରି ଯାଆନ୍ତି।
ପ୍ରିୟଦର୍ଶନଙ୍କ ସହ ଅକ୍ଷୟ ‘ହେରାଫେରି’, ‘ଗରମ ମସାଲା’, ‘ଭୁଲ ଭୁଲେୟା’, ‘ଦେ ଦନା ଦନ’ ଭଳି ସୁପରହିଟ୍ କମେଡି ଫିଲ୍ମରେ କାମ କରିଛନ୍ତି। ତେବେ ଏବେ ପ୍ରିୟଦର୍ଶନ ୨୦୦୩ର ସୁପରହିଟ୍ ଫିଲ୍ମ ‘ହଙ୍ଗାମା’ର ସିକ୍ବେଲ ସୁଟିଂରେ ବ୍ୟସ୍ତ ଥିବା ବେଳେ ଅକ୍ଷୟ ସ୍କଟଲାଣ୍ଡରେ ବେଲବଟମ୍ ସିନେମାରେ ବ୍ୟସ୍ତ ଅଛନ୍ତି।