ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୨୨ରେ ୟୁପି ଦୋହରାଇବ ବେଙ୍ଗଲ ! ଏବେଠୁ ବାରଣାସୀରେ ଲୋକେ କହିଲେଣି ‘ଖେଲା ହୋଇ’

24/06/2021 at 7:16 PM

ବନାରସ ୨୪।୬: ଭାରତର ରାଜନୈତିକ ଇତିହାସରେ ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନୂଆ ଅଧ୍ୟାୟ ଯୋଡିଛି। ରାଜ୍ୟରେ ନିର୍ବାଚନ ତାତିକୁ ହାଲୁକା କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ  ‘ଖେଲା ହୋବେ’, ଯାହା ରାଜ୍ୟବାସୀଙ୍କ ଜିଭ ଅଗରେ ବସିଯାଇଥିଲା। ଏହି ପଦକ କଥା ରାଜ୍ୟରେ ବିଜେପିର ସବୁ ଚାଲ କେବଳ ବିଫଳ କରିନଥିଲା ତୃଣମୂଳ କଂଗ୍ରେସକୁ ନିର୍ବାଚନରେ ବିପୁଳ ବିଜୟ ମଧ୍ୟ ଦେଇଛି। ଉତ୍ତର ପ୍ରଦେଶ ବିଧାନସଭା ଲାଗି ୨୦୨୨ରେ ନିର୍ବାଚନ ହେବ। ବେଙ୍ଗଲ ଭଳି ବନାରସରେ ଲୋକେ ଏବେଠୁ କହିଲେଣି ୟୁପିରେ ‘ଖେଲା ହୋଇ’।   

ବେଙ୍ଗଲୀ ‘ଖେଲା ହବେ’କୁ  ବନାରସୀ ଶୈଳୀରେ ଲୋକେ ‘ଖେଲା ହୋଇ’ କହୁଛନ୍ତି । ଯାହାକୁ ରାଜ୍ୟରେ ମୁଖ୍ୟ ବିରୋଧୀ ସମାଜବାଦୀ ପାର୍ଟି (ସପା) ଏବେ ନିର୍ବାଚନରେ ଦଳୀୟ ସ୍ଲୋଗାନ କରିବାକୁ ମନସ୍ତ କରିନେଇଛି। ପଶ୍ଚିମବଙ୍ଗ ଆଧାରରେ ପାର୍ଟି ଏହି ସ୍ଲୋଗାନରେ ନିର୍ବାଚନକୁ ଯିବ। ପ୍ରତ୍ୟେକ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଓ ନେତାଙ୍କ ଘର କାନ୍ଥରେ ଦଳୀୟ ନିର୍ବାଚନୀ ଚିହ୍ନ ସହ ଖେଲା ହୋଇ ସ୍ଲୋଗାନ ଲେଖାଯିବ। ଦଳର ପୂର୍ବତନ ବନାରସ ବିଧାୟକ ସମାଦ ଅନସାରୀ ନିଜ ଘର କାନ୍ଥରେ ଦଳୀୟ ନିର୍ବାଚନ ଚିହ୍ନ ସାଇକେଲ ଚିତ୍ର ସହ ରାଜ୍ୟରେ ସ୍ଲୋଗାନ ଲେଖା ଅଭିଯାନ ଆରମ୍ଭ କରିଛନ୍ତି।  

ଏହା ଏକ ବଡ଼ ବାର୍ତ୍ତା ଓ ସିଧା ନିର୍ବାଚନକୁ ସଂକେତ କରୁଛି ବୋଲି ସପା କାର୍ଯ୍ୟକର୍ତ୍ତା କହିଛନ୍ତି। ଯାହାକୁ ନେଇ ବିଜେପି ଶିବିରରେ ଏବେଠୁ ସରଗରମ ଚର୍ଚ୍ଚା ଚାଲିଲାଣି। ହୁଏତ ନିର୍ବାଚନରେ ଏହି ସ୍ଲୋଗାନ ପଦକ ଲୋକଙ୍କ ମୁହଁରେ ରହିଯାଇପାରେ ଓ ନିର୍ବାଚନର ଚିତ୍ର ବି ବଦଳାଇ ଦେଇପାରେ ବୋଲି ଶାସକ ଦଳ ଆଶଙ୍କା କରୁଛନ୍ତି। ତେବେ ବିଜେପି ଏହାର କଣ ଜବାବ ରଖୁଛି ତା ଉପରେ ଏବେ ସମସ୍ତଙ୍କ ନଜର।  

   Related Posts