ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କନୌଜ୍ରୁ ଲୋକସଭା ନିର୍ବାଚନ ଲଢ଼ିବେ ଅଖିଳେଶ ଯାଦବ। ଗୁରୁବାର ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ସମାଜବାଦୀ ପାର୍ଟି କନୌଜ୍ରୁ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲା। ପୁଣି ଏହି ଆସନରୁ ଏବେ ଅଖିଳେଶ ଲଢ଼ିବେ ବୋଲି ରାମ ଗୋପାଳ ଘୋଷଣା କରିଛନ୍ତି। ଏନେଇ ଅଖିଳେଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଯେବେ ନାମାଙ୍କନ ପତ୍ର ଭରାଯିବ ସେବେ ଆପଣମାନେ ଜାଣିପାରିବେ।
ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ଅଖିଳେଶ କହିଛନ୍ତି “ ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଆସିବ। ଆଉ ବିଜେପି ଏହି ନିର୍ବାଚନରେ ଇତିହାସ ହୋଇ ରହିଯିବ।”
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କନୌଜ୍ରୁ ତେଜପ୍ରତାପଙ୍କ ପ୍ରାର୍ଥୀତ୍ୱକୁ ସେଠାକାର ସପା କର୍ମୀ ସ୍ୱାକାର କରୁ ନାହାନ୍ତି। ଯଦି ଏହିଠାରୁ ତେଜପ୍ରତାପ ନିର୍ବାଚନ ଲଢ଼ନ୍ତି ତେବେ ବିଜେପିକୁ ଫାଇଦା ହେବ ବୋଲି ଆକଳନ କରାଯାଉଛି। ଏଣୁ ସେଠାରେ ଅଖିଳେଶ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି।
ପଢ଼ନ୍ତୁ- ମଞ୍ଚରେ ଭାଷଣ ଦେବା ବେଳେ ହଠାତ୍ ଅଚେତ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
କନୌଜ୍ ଆସନରୁ ଯଦି ଅଖିଳେଶଙ୍କର ରାଜନୈକି କ୍ୟାରିୟର ଦେଖିବା ତେବେ ସେ ଏଠାରୁ ୨୦୦୦ରୁ ୨୦୧୨ ପର୍ଯ୍ୟନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୨ରେ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୭ରେ ତାଙ୍କ ଦଳ ସରକାର ଗଠନ ନ କରିବାରୁ ସେ ରାଜ୍ୟପାଳଙ୍କୁ ଇସ୍ତଫାତ୍ର ଦେଇଥିଲେ। ଏହାପରେ ୨୦୧୯ରେ ସେ କନୌଜ୍ ଲୋକସଭା ଆସନରେ ନିର୍ବାଚିତ ହୋଇଥିଲେ। ପରେ ୨୦୨୨ରେ ବିଧାନସଭା ନିର୍ବାଚନ ମଧ୍ୟ ଜିତିଥିଲେ। ଏହାପରେ ସେ ଲୋକସଭା ଆସନରୁ ଇସ୍ତଫା ଦେଇ ବିଧାନସଭା ଆସନରେ ରଖିଥିଲେ।