Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

‘ଅଖିଲେଶ ଯାଦବ ଅହଂକାରୀ’ : ସମାଜବାଦୀ ପାର୍ଟିର ପରାଜୟ ପରେ ବର୍ଷିଲେ ଅସଦୁଦ୍ଦୀନ ଓଓ୍ୱେସୀ

27/06/2022 at 9:19 AM

ଲକ୍ଷ୍ନୌ,୨୭/୦୬: ସମାଜବାଦୀ ପାର୍ଟିକୁ ଉତ୍ତର ପ୍ରଦେଶର ଆଜମଗଡ ଏବଂ ରାମପୁର ଆସନରେ ବଡ ଝଟକା ଲାଗିଛି । ଏଠାରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନରେ ବିଜେପି ବିଜୟ ହାସଲ କରିଛି। ତେବେ ଉପନିର୍ବାଚନ ଫଳାଫଳ ପରେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓଓ୍ୱେସୀ ।  ବିଜେପିକୁ ହରାଇବାର ସାମର୍ଥ୍ୟ ସମାଜବାଦୀ ପାର୍ଟି ପାଖରେନାହିଁ ବୋଲି କହିଛନ୍ତି ଓଓ୍ୱେସୀ ।

ଓଓ୍ୱେସୀ ରାମପୁର ଏବଂ ଆଜାମଗଡ ଉପନିର୍ବାଚନରେ ଦଳର ପରାଜୟ ପାଇଁ ଓଓ୍ବେସୀ ସପାର ମୁଖ୍ୟ ଅଖିଳେଶ ଯାଦବଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଅଖିଳେଶ ଯାଦବଙ୍କର ଏତେ ଅହଂକାର ଅଛି ଯେ, ସେ ଲୋକମାନଙ୍କୁ ଭେଟିବାକୁ ମଧ୍ୟ ଯାଆନ୍ତି ନାହିଁ। ଲୋକ ସମ୍ପର୍କ ବଢ଼ାଇବାରେ ସେ ଅସମର୍ଥ। ଦେଶର ମୁସଲମାନମାନ ଦେଶରେ ଏକ ସ୍ବତନ୍ତ୍ର ରାଜନୈତିକ ପରିଚୟ ସୃଷ୍ଟି କରନ୍ତୁ । ମୁସଲିମମାନେ ନିଜ ଭୋଟ୍ ଏକ ଅସମର୍ଥ ଦଳକୁ  ବରବାଦ କରନ୍ତୁ ନାହିଁ ।   

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଉପ-ନିର୍ବାଚନରେ ​​ଶାସକ ବିଜେପି ଉଭୟ ରାମପୁର ଏବଂ ଆଜାମଗଡ ଲୋକସଭା ଆସନ ଜିତିଛି। ରାମପୁର ଆସନରୁ ବିଜେପି ପ୍ରାର୍ଥୀ ଘନଶ୍ୟାମ ସିଂ ଲୋଧି ସମାଜବାଦୀ ପାର୍ଟିର ମହମ୍ମଦ ଅସୀମ ରାଜାଙ୍କୁ ପରାସ୍ତ କରିଥିବାବେଳେ ଆଜମଗଡ ଆସନରୁ ବିଜେପି ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରହୁଆ ଜିତିଛନ୍ତି।

ଆଜମଗଡରେ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଗୁଡୁ ଜମାଲି କଡ଼ା ସଂଘର୍ଷ କରି ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ଦୁଇଟି ଆସନକୁ ସମାଜବାଦୀ ପାର୍ଟିର ଗଡ଼ ବୋଲି ବିବେଚନା କରାଯାଉଥିଲା। ସେପଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜାମଗଡ ଏବଂ ରାମପୁର ଉପ-ନିର୍ବାଚନର ବିଜୟକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି।

   Related Posts