ଲକ୍ଷ୍ନୌ ୧୫/୦୧ : ଅଖିଳେଶ ଯାଦବଙ୍କୁ ଘାରିଛି ଦଳରେ ବିଦ୍ରୋହର ଭୟ । କିଛି ଦିନ ପୂର୍ବେ ବିଜେପି ଛାଡି ଯାଉଥିବା ନେତାଙ୍କୁ ଦଳକୁ ସ୍ୱାଗତ କରୁଥିବା ଅଖିଳେଶଙ୍କ ବଦଳିଛି ସ୍ୱର । ଶନିବାର ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ଘୋଷଣା କରିଛନ୍ତି, ବିଜେପିର ଆଉ ଅଧିକ ନେତା ଏବଂ ବିଧାୟକଙ୍କୁ ଦଳରେ ସାମିଲ କରାଯିବ ନାହିଁ । ବିଜେପିର ବହୁ ବିଧାୟକ ଏବଂ ପଛୁଆ ବର୍ଗର ବଡ଼ ଚେହେରା ଭାବେ ଜଣେ ଶୁଣା ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦଳ ଛାଡି ସମାଜାବାଦୀ ପାର୍ଟିରେ ସାମିଲ ହେବାର ଗୋଟିଏ ଦିନ ପରେ ଅଖିଳେଶ ଯାଦବ ଏହି ଘୋଷଣା କରିଛନ୍ତି।
ଏକ ସାମ୍ୱାଦିକ ସମ୍ମିଳନୀରେ ଅଖିଳେଶ କହିଛନ୍ତି, ‘ମୁଁ ବିଜେପିକୁ କହିବାକୁ ଚାହେଁ ଯେ, ବିଜେପିର ଅନ୍ୟ କୌଣସି ନେତା କିମ୍ୱା ମନ୍ତ୍ରୀଙ୍କୁ ମୁଁ ଆଉ ନେବି ନାହିଁ । ସେ ତାଙ୍କ ଇଚ୍ଛା ମୁତାବକ ତାଙ୍କ ଦଳର ଯେକୌଣସି ନେତାଙ୍କ ଟିକେଟ୍ କାଟି ପାରିବେ’ ।
wp:html/wp:htmlLet me tell BJP that I will not take any BJP MLA, minister anymore. They can deny tickets (to their leaders) if they wish to: SP chief Akhilesh Yadav pic.twitter.com/7tuSY2SDF8
— ANI UP/Uttarakhand (@ANINewsUP) January 15, 2022
ଯୋଗୀ ସରକାରରେ ବିଧାୟକ ଥିବା ମନ୍ତ୍ରୀ ଧର୍ମ ସିଂହ ସୈନୀ, ବିଧାୟକ ମୁକେଶ ବର୍ମା, ବାଲା ପ୍ରସାଦ ଅବସ୍ତୀ ଏବଂ ବିନୟ ଶାକ୍ୟଙ୍କ ପରି ବହୁ ଟାଣୁଆ ବିଜେପି ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରୀ ୧୦, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରୀ ୧୪, ତୃତୀୟ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରୀ ୨୦, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରୀ ୨୩, ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ୨୭, ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ଏବଂ ସମସ୍ତ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳଫଳ ପ୍ରକାଶ ପାଇବ।