କେଶବ ମୌର୍ଯ୍ୟଙ୍କୁ ଅଖିଳେଶଙ୍କ ଅଫର, କହିଲେ- ୧୦୦ ବିଜେପି ବିଧାୟକ ନେଇକି ଆସ ମୁଖ୍ୟମନ୍ତ୍ରୀ ହୋଇଯାଅ

Published By : Prameya-News7 Bureau | September 07, 2022 IST

ଲକ୍ଷ୍ନୌ ୭।୮: ଯୋଗୀ ସରକାରରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପ୍ରାୟତଃ ଟାର୍ଗେଟ କରୁଥିବା ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ଲାଗି ଅଫର ଦେଇଛନ୍ତି। ବିଜେପିରୁ ୧୦୦ ବିଧାୟକଙ୍କୁ ସାଙ୍ଗରେ ନେଇ ଆସିଲେ ମୌର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ ବୋଲି ଅଖିଳେଶ କହିଛନ୍ତି।

ମଙ୍ଗଳବାର ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକ୍ରମରେ ନିକଟରେ ବିହାରରେ ହୋଇଥିବା ରାଜନୈତିକ ଘଟଣାକ୍ରମରୁ ଶିକ୍ଷା ନେବା ସହ ନିଜ ସାଙ୍ଗରେ ୧୦୦ ବିଧାୟକଙ୍କୁ ଆଣି ସପାରେ ସାମିଲ ହୋଇଗଲେ ଆମେ  ମୌର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିଦେବୁ ବୋଲି ଅଖିଳେଶ କହିଛନ୍ତି। ଅଖିଳେଶଙ୍କ ଅଫରକୁ ନେଇ ବିଜେପିରେ ପ୍ରତିକ୍ରିୟା ପ୍ରକାଶ  ପାଇଛି।

ନିଜେ କେଶବ ପ୍ରସାଦ ମୌର୍ଯ୍ୟ ପ୍ରଥମ ପ୍ରତିକ୍ରିୟା ରଖିଥିବା ବେଳେ ଅଖିଳେଶ ଯାଦବ ମୋତେ ଘୃଣା କରନ୍ତି ବୋଲି କହିଛନ୍ତି। ବିଧାନସଭାରେ ମୋ ପ୍ରତି ଅଖିଳେଶଙ୍କ ଭଲପାଇବା ସମସ୍ତେ ଦେଖିଛନ୍ତି। ନିଜେ ଅଖିଳେଶ ଏବେ ବୁଡୁଥିବା ବେଳେ ମୋତେ କଣ ମୁଖ୍ୟମନ୍ତ୍ରୀ କରିବେ ବୋଲି ଓଲଟି ପ୍ରଶ୍ନ କରିଛନ୍ତି।

ସେହିପରି ବିଜେପି ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଚୌଧୁରୀ ମଧ୍ୟ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି। ଚୌଧୁରୀ କହିଛନ୍ତି ଯେ ମୌର୍ଯ୍ୟ ଏମିତି ସେମିତି ନେତା ନୁହନ୍ତି ଯିଏ ସ୍ୱାର୍ଥରେ ପଡିଯିବେ। ଏଣୁ ଅଖିଳେଶ ତାଙ୍କ ମେଣ୍ଟ ଓ ପରିବାର କଥା ଚିନ୍ତା କରନ୍ତୁ। କାରଣ ସପା ମେଣ୍ଟର ବିଧାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି ବୋଲି ଚୌଧୁରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.