ଦିଲ୍ଲୀ ପରେ ୟୁପିରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା, ସାମିଲ ହେବେ ନାହିଁ ଅଖିଳେଶ, ମାୟାବତୀ
27/12/2022 at 1:31 PM

ନୂଆଦିଲ୍ଲୀ: ରାହୁଲ ଗାନ୍ଧିକୁ ଝଟକା । ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ ଏସପି ଓ ବିଏସପି ଅଧ୍ୟକ୍ଷ । ଅଖିଳେଶ ଯାଦବ ଓ ମାୟାବତୀ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ । ପୂର୍ବରୁ ଏଥିରେ ଉଭୟ ନେତା ସହଯୋଗ କରିବା ନେଇ ଶୁଣିବାକୁ ମିଳୁଥିଲା ।
କଂଗ୍ରେସ ଭାରତ ଯୋଡୋ ଯାତ୍ରାକୁ ବିପୁଳ ସମର୍ଥନ ମିଳୁଛି । ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହେଉଛନ୍ତି । ଦିଲ୍ଲୀ ପରେ ଏହି ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିବ । ନୂଆ ବର୍ଷ ତଥା ଜାନୁଆରୀ ୩ ତାରିଖରେ ଭାରତ ଯୋଡୋ ଯାତ୍ରା ଗାଜିଆବାଦରେ ଲୋନି ଅଞ୍ଚଳରୁ ୟୁପିରେ ପ୍ରେବଶ କରିବ । ଏଥିରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆରଏଲଡି ସାମିଲ ହେବା ନେଇ ଲୋକ ଦଳ ନେତା ଜୟନ୍ତ ଚୌଧୁରୀ ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ଏଥିରେ ସାମିଲ ହେବାକୁ ଜୟନ୍ତ ଚୌଧୁରୀ ପଛଘୁଞ୍ଚା ଦେଇଛନ୍ତି । ସେହିପରି ୟୁପି ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ ଏହି ଯାତ୍ରାରେ ସାମିଲ ହେବା ସମ୍ଭାବନା କମ୍ ରହିଛି । ସେହିପରି ମୟାବତୀ ଏବଂ ସତିଶ୍ ମିଶ୍ରା ମଧ୍ୟ ଏଥିରେ ଭାଗ ନେଉନଥିବା ସୂଚନା ମିଳିଛି।
ତାମିଲନାଡୁର କନ୍ୟାକୁରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ଜାମ୍ମ-କାଶ୍ମୀର ପର୍ଯ୍ୟନ୍ତ ଚାଲିବ ।