ଭାରତ ରାଷ୍ଟ୍ରସମିତି ବୈଠକରେ ଯୋଗ ଦେଲେ ଅଖିଳେଶ ଓ କେଜରିୱାଲ, ଲୋକେ ହିନ୍ଦୀରେ ଦେଲେ ସ୍ଲୋଗାନ

Published By : Prameya-News7 Bureau | January 18, 2023 IST

ହାଇଦ୍ରାବାଦ ୧୮।୧: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ର ପ୍ରଥମ ବୈଠକ ବୁଧବାର ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଛି। ଏଥିରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ପ୍ରମୁଖ ଯୋଗ ଦେଇଛନ୍ତି। ବିଆରଏସ୍‌ର ଏହା ପ୍ରଥମ ସାର୍ବଜନିକ ବୈଠକ ହୋଇଥିବା ବେଳେ ରାଜନୈତିକ ଗୀତରେ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ଅଧ୍ୟକ୍ଷ କେ.ଚନ୍ଦ୍ରଶେଖରଙ୍କ ଉଚ୍ଚ ପ୍ରଶଂସା କରାଯାଇଛି।

{"id":734769,"sizeSlug":"full","linkDestination":"none"}

ବୈଠକରେ ପାର୍ଟି କାର୍ଯ୍ୟକର୍ତ୍ତାମାନେ ଏକ ଦୋ ତିନ ଚାର ଦେଶକି ନେତା କେ.ସି.ଆର ଗୀତରେ ତାଳି ବଜେଇଥିଲେ। ହିନ୍ଦୀ ଗୀତରେ ଗୁଞ୍ଜି ଉଠିଥିଲା ସଭାସ୍ଥଳ। ତେଲଗୁରେ ଜୟ କେ.ସି.ଆର ଓ ଜୟ ତେଲେଙ୍ଗାନା ଗୀତ ସହ ପରିଚିତ କାର୍ଯ୍ୟକର୍ତ୍ତାମାନେ ‘ବିଜେପି କୋ ହଟାଏଙ୍ଗେ ଭାରତକୋ ବଚାଏଙ୍ଗେ’ ନାରାରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଅବକି ବାର କିସାନ ସରକାର ସ୍ଲୋଗାନ ଲେଖାଥିଲା। ସଭା ପୂର୍ବରୁ କେ. ଚନ୍ଦ୍ରଶେଖର ରାଓ, ସପା ନେତା ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରମୁଖ ୟଦାଦ୍ରୀରେ ଲକ୍ଷ୍ମୀ ନରସିଂହ ସ୍ୱାମୀଙ୍କ ମନ୍ଦିରରେ ପୂଜାରର୍ଚ୍ଚନା କରିଛନ୍ତି।

{"id":734773,"width":839,"height":603,"sizeSlug":"full","linkDestination":"none"}

ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାଧାରଣ ସମ୍ପାଦକ ଡି. ରାଜା ମଧ୍ୟ ପହଞ୍ଚିଥିଲେ। ତେବେ ସେମାନେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିନଥିଲେ। ରାଓ ତେଲେଙ୍ଗାନାରେ ତାଙ୍କ ସରକାର କାଳରେ ଏହି ମନ୍ଦିରର ପୁନରୁଦ୍ଧାର କରିଛନ୍ତି। ଜିର୍ଣ୍ଣଶିର୍ଣ୍ଣ ମନ୍ଦିର ଏବେ ଭବ୍ୟ ମନ୍ଦିରରେ ପରିଣତ ହୋଇଥିବା ବେଳେ ଦେଶ ବିଦେଶକୁ ଶ୍ରଦ୍ଧାଳୁଙ୍କର ଏବେ ମନ୍ଦିରକୁ ଆଗମନ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.