ବଂଶବାଦ ରାଜନୀତିକୁ ନେଇ ବିଜେପିକୁ ଟାର୍ଗେଟ୍ କଲେ ଅଖିଳେଶ, ଟ୍ୱିଟ୍ କଲେ ପୋଷ୍ଟର, ଜାଣନ୍ତୁ କହିଲେ କ’ଣ?
29/11/2022 at 7:17 PM

ଲକ୍ଷ୍ନୌ ୨୯।୧୧: ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ଏକ ଟ୍ୱିଟ୍ କରିଛନ୍ତି। ବିଜେପିର ବଂଶବାଦ ରାଜନୀତି ଅଭିଯୋଗ ଆଧାରରେ ଅଖିଳେଶ ଏହି ଟ୍ୱିଟ୍ କରିଥିବା ବେଳେ ପିକ୍ଚର ଅବ ବାକି ହୈ.. ଉଲ୍ଲେଖ କରିଛନ୍ତି। ସପା ବିରୋଧରେ ବିଜେପି ବଂଶବାଦ ରାଜନୀତିର ଅଭିଯୋଗ କରିଆସୁଛି। ଏଥିରେ ସପା ନେତା ଏକ ପୋଷ୍ଟର ଅପଲୋଡ କରିଛନ୍ତି। ଯେଉଁଥିରେ ରାଜନୀତିକୁ ଆସିଥିବା ବିଜେପି ନେତା ଓ ସେମାନଙ୍କ ସନ୍ତାନସନ୍ତତିଙ୍କ ଫଟୋ ରହିଛି।
ସପା ନେତା ଏପରି ଏକ ସମୟରେ ବିଜେପି ଉପରେ ବଂଶବାଦ ରାଜନୀତିର ଅଭିଯୋଗ ଆଣିଛନ୍ତି ଯେତେବେଳେ ମୈନପୁରୀ ଉପନିର୍ବାଚନ ହେବାକୁ ଯାଉଛି। ସପାର ମୈନପୁରୀ ଆସନଟି ସପା ସଂସ୍ଥାପକ ତଥା ନେତା ମୂଲାୟମ ସିଂହ ଯାଦବଙ୍କ ପରଲୋକରେ ଖାଲି ହୋଇଛି। ମୂଲାୟମଙ୍କ ଆସନ ବଞ୍ଚାଇବା ପାଇଁ ସପା ଏବେ ଅଣ୍ଟାଭିଡି ଲାଗି ପଡିଛି।ଏଥିଲାଗି ମୈନପୁରୀରେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରାର୍ଥୀ ହୋଇଛନ୍ତି।
पिक्चर अभी बाकी है pic.twitter.com/EM1YRJ3evn
— Akhilesh Yadav (@yadavakhilesh) November 29, 2022
ଡିମ୍ପଲଙ୍କ ବିପକ୍ଷରେ ବିଜେପି ପୂର୍ବତନ ସପା ସାଂସଦ ରଗୁରାଜ ସିଂହ ସାକ୍ୟଙ୍କୁ ପ୍ରାର୍ଥୀ କରିଛି। ଏବେ ମୈନପୁରୀରେ ପ୍ରଚାର କରୁଥିବା ବିଜେପି ପ୍ରାର୍ଥୀ ସପା ବିରୋଧରେ ବଂଶବାଦ ରାଜନୀତିର ଅଭିଯୋଗ ଆଣିଛନ୍ତି। ଏଥିରେ ସପା ନେତା ଅଖିଳେଶ ଯାଦବ ତାଙ୍କ ଟ୍ୱିଟ୍ରେ ବିଜେପିର ଦିଗ୍ଗଜ ନେତା ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କ ଫୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ବି.ଏସ୍. ୟଦୁରପ୍ପା, ରାଜନାଥ ସିଂହ, ରମଣ ସିଂହ, କୈଳାଶ ବିଜୟ ବର୍ଗିୟ ଓ ଅନ୍ୟ ନେତାମାନେ ପାର୍ଟିରେ କାର୍ଯ୍ୟକର୍ତ୍ତା ଥିବା ବେଳେ ସେମାନଙ୍କ ପିଲାମାନେ ରାଜନୀତି କରୁଥିବାର ସୂଚିତ କରିଛନ୍ତି।
ଏପରି ସ୍ଥଳେ ଅନ୍ୟମାନଙ୍କୁ ଅଙ୍ଗୁଳି ଉଠାଉଥିବା ବିଜେପି ଉପରେ ବଂଶବାଦକୁ ନେଇ କାହିଁକି ସମାନ ତାକତରେ ପ୍ରଶ୍ନ କରାଯାଇ ପାରିବନି ବୋଲି ପ୍ରଶ୍ନ କରିଛନ୍ତି।