Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଅଖିଳ ଭାରତୀୟ କୃଷକ ସଭାର ବିକ୍ଷୋଭ ପ୍ରଦର୍ଶନ

13/12/2021 at 5:13 PM

ନୀଳଗିରି ୧୩।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅଖିଳ ଭାରତୀୟ କୃଷକ ସଭା ତରଫରୁ ତହସିଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାତ୍ୟା ପ୍ରଭାବରେ ନୀଳଗିରି ବ୍ଲକ ସମେତ ଔପଦା ବ୍ଲକର ଧାନ ଫସଲ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି । ଏପରିକି କଟାଯାଇଥିବା ଧାନ ଗଜାହୋଇ ନଷ୍ଟ ହୋଇଥିବା ଜଣାପଡିଛି । ସରକାରୀସ୍ତରରେ ୩୫ପ୍ରତିଶତ ଚାଷ ଜମି ନଷ୍ଟ ହୋଇଥିବା ତଦନ୍ତ ରିପୋର୍ଟ ଯାଇଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ଯଥେଷ୍ଟ ଅଧିକ । ଚାଷୀଙ୍କୁ ଇନପୁଟ ସବସିଡି ଶୀଘ୍ର ପ୍ରଦାନ କରିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣଛାଡ଼, ଚାଷୀଙ୍କୁ ରବି ଚାଷ ପାଇଁ କୃଷି ଋଣ ଯୋଗାଇ ଦେବାକୁ ଅଖିଳ ଭାରତୀୟ କୃଷକ ସଭା ନୀଳଗିରି ତରଫରୁ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି । ନୀଳଗିରି ତହସିଲ ଅଫିସ ଆଗରେ ଗଜା ଧାନ ଧରି ବିକ୍ଷୋଭ ପ୍ରଦର୍ଶନ କରି ସରକାର ଦାବିଗୁଡିକ ନମାନିଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

   Related Posts