ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

୮ ଦିନର ସଂଘର୍ଷ ପରେ ହାରିଗଲେ ଗଜରାଜ, ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

14/06/2022 at 12:55 PM

ଆଠଗଡ ୧୪/୦୬: ଦୀର୍ଘ ୮ ଦିନର ସଂଘର୍ଷ ପରେ ଆଖିବୁଜିଲା ଗୁଳିବିଦ୍ଧ ଦନ୍ତା । ଜୟପୁର ଜଙ୍ଗଲରେ ଅସୁସ୍ଥ ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଦନ୍ତା ହାତୀଟି ଶେଷରେ ମୃତ୍ୟୁ ବରଣ କରିଥିବା ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି । ଆଜି ସକାଳେ ଅସୁସ୍ଥ ଦନ୍ତାହାତୀ ଦୀର୍ଘ ଦିନ ପରେ କଡ଼ ଲେଉଟାଇଥିଲା ।

ଜେସିବି ମାଧ୍ୟମରେ ବେଲ୍ଟ ଲଗାଇ ହାତୀକୁ କଡ଼ ଲେଉଟାଯାଇଥିଲା । ଗୋଟିଏ ପଟରେ ଶୋଇ ଶୋଇ ହାତୀର ଗୋଟିଏ ପାଖରେ କେତେକ ସ୍ଥାନରେ ଘା ସୃଷ୍ଟି ହୋଇ ଯାଇଥିବା ବେଳେ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ତାଙ୍କ ଟିମ୍ ଅସୁସ୍ଥ ହାତୀର ଚିକିତ୍ସା କରୁଥିଲେ । ହାତୀକୁ ୧୫ ଟି ସାଲାଇନ ସହିତ ଔଷଧ ଇଞ୍ଜେକ୍ସନ ଦିଆଯାଇ ଚିକିତ୍ସା କରାଯାଉଥିଲା । ହାତୀଟି ଚୋପାଥିବା ଖାଦ୍ୟ ଖାଇବାରେ ସମସ୍ୟା ହେଉଥିଲା ।

ଫଳରେ ଫଳ ଖାଇବାରେ ହେଉଥିଲା ସମସ୍ୟା । ହାତୀକୁ ତରଭୁଜ ଆଦି କେତେକ ଫଳ ଚୋପା ଛଡାଇ ଦିଆଯାଉଥିଲା । ଧୀରେ ଧୀରେ ହାତୀର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିଲା । ହେଲେ ଏବେ ସେ ସବୁଦିନ ପାଇଁ ଆଖିବୁଝୁଛି । ସୂଚନା ଥାଉକି ଗତ କିଛିଦିନ ତଳେ ଜଙ୍ଗଲରେ ତାକୁ ଗୁଳିବିଦ୍ଧ କରାଯାଇଥିଲା । ଅଜ୍ଞାତ ଶିକାରୀ ତାକୁ ୬ ରାଉଣ୍ଡ ଗୁଳି କରିଥିବା ଅନୁମାନ କରାଯାଉଛି । ଫଳରେ ହାତୀର ଅବସ୍ଥା ଶୋଚନୀୟ ହୋଇପଡିଥିଲା ।

   Related Posts