ଦେହରେ କିରୋସିନ୍ ଢ଼ାଳି ଦମ୍ପତିଙ୍କ ଆତ୍ମହତ୍ୟାା ଉଦ୍ୟମ: ଆଖି ବୁଜିଲେ ସ୍ତ୍ରୀ ଅଳ୍ପକେ ବର୍ତ୍ତିଗଲେ ସ୍ବାମୀ

Published By : Prameya-News7 Bureau | February 22, 2021 IST


ନୀଳଗିରି୨୨/୨: ଗତ ଶନିବାର ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଶ୍ୟାମସୁନ୍ଦରପୂର୍ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମର ଦମ୍ପତି ନିଆଁରେ ପୋଡି ଗୁରୁତର। ଏହି ଗ୍ରାମର ପ୍ରଦୀପ ନାୟକ ଏବଂ ପତ୍ନୀ ତ୍ରିଦେଶ ମଞ୍ଜୁରୀ ଜେନା ବିଭିନ୍ନ ସଂସ୍ଥାରୁ ଋଣ ଆଣି ସୁଝିନପାରି ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ କିରୋସିନ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲକୁ ଆଣିବା ପରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ଵର ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ବେଳେ ଆଜି ତ୍ରିଦେଶ ମଞ୍ଜରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.