ବିବାଦ ପରେ ପକ୍ଷ ରଖିଲେ ପ୍ରଯୋଜକ, କହିଲେ ଆମେ ପର୍ଯ୍ୟାୟ କ୍ରମେ ଫେରାଇବୁ ଟଙ୍କା
28/03/2023 at 5:27 PM

ଭୁବନେଶ୍ୱର ୨୮/୦୩: ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବିବାଦ ଯେମିତି ପିଛା ଛାଡୁନି। ଅକ୍ଷୟ ପରିଜାଙ୍କ ବିରୋଧରେ ଭୁବନେଶ୍ୱର କଣ୍ଟାବାଡରେ ସୁଟିଂ ଚାଲିଥିବା ବେଳେ ହଙ୍ଗାମା କଲେ କଳାକାର। ଅକ୍ଷୟଙ୍କ ପ୍ରଯୋଜନା ସଂସ୍ଥା ଟଙ୍କା ଦେଉନଥିବା ଅଭିଯୋଗ କରିଛନ୍ତି ହଙ୍ଗାମା କରିଚନ୍ତି କଳାକାର।
ଯାହାକୁ ନେଇ ପକ୍ଷ ରଖିଛନ୍ତି ନିଜେ ପ୍ରଯୋଜକ ଅକ୍ଷୟ ପରିଜା ଓ ତାଙ୍କ ପ୍ରଯୋଜନା ସଂସ୍ଥା। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ହେବ ପ୍ରଡକ୍ସନ କାମ ବନ୍ଦ୍ ଥିବା ବେଳେ ଚ୍ୟାନେଲ ଟଙ୍କା ଦେଇନାହିଁ। ଫଳରେ ଆମେ କଳାକାର ଟେକ୍ନିସିଆନଙ୍କ ଟଙ୍କା ଦେଇପାରିନଥିଲୁ। ଏହାକୁ ନେଇ କଳାକାର ଆମ ସମ୍ମୁଖରେ ଅଭିଯୋଗ ବି କରିଥିଲେ। ଆମେ କହିଥିଲୁ ୨୫ ତାରିଖରେ ଟଙ୍କା ଦେଇଦେବୁ। ହେଲେ ଚ୍ୟାନେଲ୍ ବିଳମ୍ବରେ ଟଙ୍କା ଦେବା ସହ ଛୁଟି ପାଇଁ ବିଳମ୍ବ ହୋଇଥିଲା। ଏହାକୁ ନେଇ କଳାକାର ମାନେ ଆଜି ଧାରଣାରେ ବସିଥିଲେ ଓ ହଙ୍ଗାମା କରିଥିଲେ। ଆମେ ସେମାନଙ୍କୁ ଜଣାଇଛୁ ଯେ, ସେମାନଙ୍କ ଟଙ୍କା ପର୍ଯ୍ୟାୟ କ୍ରମେ ଫେରାଇଦେବୁ।
ସେପଟେ ଅକ୍ଷୟ ପରିଜା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ମୁଁ କାହାର ପଇସା ଖାଇବା ଲୋକ ନୁହେଁ । ମୋର ଆକାଉଣ୍ଟ ଫ୍ରିଜ୍ ହୋଇଥିଲା। ଆଜି ଆକ୍ଟିଭ୍ ହୋଇଛି। ମୋର ଚ୍ୟାନେଲ୍ ବାଲାଙ୍କ ଠାରୁ ପଇସା ପାଇବାର ଅଛି । ସୋ ପଇସା ଆସିଲେ ମୁଁ ଫେରାଇଦେବି। ମୁଁ ଜଣେ ଟପ୍ ପ୍ରଯୋଜକ୍। ଏବେ ବି ମୋ ସିରିଏଲ୍ ଏକ ନମ୍ୱରରେ ଚାଲିଛି।