oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଦର୍ଶକଙ୍କ ହୃଦୟ ଜିତିଲା ଅକ୍ଷୟଙ୍କ ଫିଲ୍ମ ‘Raksha Bandhan’, କହିଲେ-କିଙ୍ଗ୍‌ ଇଜ୍‌ ବ୍ୟାକ୍‌…

11/08/2022 at 12:48 PM

ମୁମ୍ବାଇ ୧୧।୦୮: ୨୦୨୨ରେ ଦୁଇଟି ଫ୍ଲପ୍ ଦେବା ପରେ ଅକ୍ଷୟ କୁମାର ପୁଣି ଥରେ ସିନେମା ହଲକୁ ଫେରିଛନ୍ତି । ତାହା ପୁଣି ଆକ୍ସନ ଧମାଲ ମୁଡ୍‌ ନୁହେଁ ବରଂ ପାରିବାରିକ ଡ୍ରାମା ତଥା ଭାଇ-ଭଉଣୀର ମଧୁର ସମ୍ପର୍କକୁ ନେଇ ମନୋରଞ୍ଜନ କରିବାକୁ ଆସିଛନ୍ତି। ରକ୍ଷାବନ୍ଧନର ସମ୍ପର୍କକୁ ଦେଖାଇଛନ୍ତି। ବକ୍ସ ଅଫିସରେ ରକ୍ଷାବନ୍ଧନ କିପରି ହୋଇଛି । ତାହାର ମଧ୍ୟ ପ୍ରତିକ୍ରିୟାର ଆସିଯାଇଛି।

ଦର୍ଶକମାନେ ଚଳଚ୍ଚିତ୍ରକୁ ଖୁବ୍‌ ପସନ୍ଦ କରୁଛନ୍ତି। ଭାଇଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର କାହାଣୀ ଦର୍ଶାଇଥିବା ରକ୍ଷାବନ୍ଧନ ଫିଲ୍ମ ଜନସାଧାରଣଙ୍କଠାରୁ ଏକ ବଡ଼ ପ୍ରତିକ୍ରିୟା ପାଇବାରେ ଲାଗିଛି। ଏହି ଚଳଚ୍ଚିତ୍ର ଦେଖିବା ପରେ ଲୋକମାନେ ଭାବପ୍ରବଣ ହେଉଛନ୍ତି । ୟୁଜର୍ସମାନେ ଏହି ଚଳଚ୍ଚିତ୍ରକୁ ୨୦୨୨ବର୍ଷର ସର୍ବୋତ୍ତମ ଚଳଚ୍ଚିତ୍ର ବୋଲି କହିଛନ୍ତି। ଅକ୍ଷୟ କୁମାରଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଅକ୍ଷୟ କୁମାର ଦକ୍ଷ ଅଭିନୟ ଥିବା ସିନ୍‌ ଗୁଡିକ ଲୋକଙ୍କ ହୃଦୟକୁ ସ୍ପର୍ଶ କରୁଛି।  ଦର୍ଶକଙ୍କ କହିବାନୁସାରେ, ଏହି ଚଳଚ୍ଚିତ୍ରଟି କମେଡି, ଭାବପ୍ରବଣତାର ମିଶ୍ରଣ ଅଟେ ।

ଚଳଚ୍ଚିତ୍ର ରାଧା ବୃନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରୟ। ଏହି ଚଳଚ୍ଚିତ୍ରରେ ଭାଇ ଭଉଣୀର ବିବାହରେ ଯୌତୁକ ପ୍ରଥା ଥିବା ସିନ୍‌ ସହ ଭାଇ-ଭଉଣୀ ବଣ୍ଡିଂ ଦେଖାଯାଇଛି । ଭୁମି ପେଡନେକର ଅକ୍ଷୟ କୁମାରଙ୍କ ଲେଡିଲଭ୍ ଭୂମିକାରେ ଅଭିନୟ କରିଛନ୍ତି। ବକ୍ସ ଅଫିସରେ ଅମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢାଙ୍କ ସହ ଟକ୍କର ଦେଉଛି। ସୋସିଆଲ ମିଡିଆରେ ଉଭୟ ଚଳଚ୍ଚିତ୍ରର ପ୍ରଶଂସା କରାଯାଉଛି। ଏଭଳି ପରିସ୍ଥିତିରେ କେଉଁ ଫିଲ୍ମ ବକ୍ସ ଅଫିସ୍ ଜିତିବ ତାହା କହିବା କଷ୍ଟକର ହେବ।

   Related Posts