ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଶିଶୁ ବୁଡିଯିବା ଘଟଣା, ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଛି ମନ୍ଦିର

Published By : Prameya-News7 Bureau | November 23, 2021 IST

ଚାନ୍ଦବାଲି,୨୩/୧୧:୨୧ ଗତ ରବିବାର ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଦୁଇ ନାବାଳକ ଏକ ସୋଲଡଙ୍ଗା ଭସାଉଥିବା ବେଳେ ବୁଡିଯିବାରୁ ଜଣେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଅନ୍ୟଜଣକର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସୋମବାର ଦିନତମାମ ପୀଠରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।

wp:gallery {"ids":[548411],"linkTo":"none"} /wp:gallery

ଏପରିକି କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆସିଥିବା ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ଓ ମନ୍ଦିର ପରିଚାଳକ ମୃତକ ପରିବାରକୁ କ୍ଷତିପୂରଣ ସହାୟତା ରାଶି ସହ ପୁଷ୍କରିଣୀର ସ୍ଥାୟୀ ମରାମତି କରିବା ପାଇଁ ଜଣାଇଥିଲେ । ଶିବଗଙ୍ଗାରେ ଶୌଚ ଓ ପାଦ ପ୍ରଖ୍ୟାଳନ ପାଇଁ ଅଧିକ ଘାଟ ନିର୍ମାଣ, ପରିସ୍ରାଗାର ନିର୍ମାଣ, ଆରଡି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ୨୪ଘଣ୍ଟିଆ ଡାକ୍ତର ନିଯୁକ୍ତି ଆଦି ବାବଦରେ ଜଣାଇବା ସହ ବହୁ ସେବାୟତ ଘେରାଉ କରିବା ସହ ହୋହାଲା କରିଥିଲେ ।

wp:gallery {"ids":[548413],"linkTo":"none"} /wp:gallery

ସଂଧ୍ୟାରେ ନିଷ୍ପାପ ଶିଶୁର ଅମର ଆତ୍ମାର ସଦଗତି ନିମନ୍ତେ ପୀଠର ଜନସାଧାରଣ ଓ ସେବାୟତ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ନିରବ ପାର୍ଥନା କରାଯାଇଥିଲା । ପରେ ଆରଡି ଫାଣ୍ଡିରେ ଦାବିପତ୍ର ପ୍ରଦାନ କରିଥିଲେ । ସେପଟେ ଆଜି ପୀଠରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.