scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଖଣ୍ଡ ଭାରତ ତୁମେ ନିଶ୍ଚୟ ଦେଖିବ; ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଲେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ

6/09/2023 at 9:36 PM

ନୂଆଦିଲ୍ଲୀ: ସେପ୍ଟେମ୍ବର ୨ ତାରିଖରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଦେଶରେ ନାଁ ଇଣ୍ଡିଆ ନୁହେଁ ବରଂ ଭାରତ କୁହ ବୋଲି କହିଥିଲେ। ଏହାର ଦୁଇ ଦିନ ପରେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କାର୍ଡରେ ଲେଖାଗଲା ପ୍ରେସିଡେଣ୍ଟ ଅଫ୍ ଭାରତ। ପୁଣି ପ୍ରଧାନମନ୍ତ୍ରୀଙ୍କ ପତ୍ରରେ ବି ଲେଖାଗଲା ପ୍ରାଇମ ମିନିଷ୍ଟର ଅଫ୍ ଭାରତ। ଏବେ ପୁଣି ଅଖଣ୍ଡ ଭାରତ କଥା କହିଲେଣି ମୋହନ ଭାଗବତ।

ଆସନ୍ତା ଦିନମାନଙ୍କର ଅଖଣ୍ଡ ଭାରତର ସ୍ୱପ୍ନ ସତ ହେବ ବୋଲି ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମୋହନ ଭାଗବତ କହିଛନ୍ତି ଯେ ଆପଣ ବୁଢ଼ା ହେବା ପୂର୍ବରୁ ଅଖଣ୍ଡ ଭାରତର ସ୍ୱପ୍ନ ସତ ହେବ।  
ଛାତ୍ରଙ୍କୁ ଜବାବ ଦେଇ ଭାଗବତ କହିଛନ୍ତି “ବୁଢ଼ା ହେବା ପୂର୍ବରୁ ଏହା ଦେଖିପାରିବେ। କାରଣ ପରିସ୍ଥିତି ସେଇ ଦିଗ ଆଡ଼କୁ ଯାଉଛି। ଯେଉଁମାନେ  ଭାରତ ଠାରୁ ଅଲଗା ହୋଇଥିଲେ ସେମାନେ ଏବେ ଅନୁଭବ କରିବେଣି ଯେ ଏହା ଗୋଟେ ଭୁଲ୍ ଥିଲା। ଆମକୁ ଭାରତର ପ୍ରକୃତିକୁ ଗ୍ରହଣ କରିବାର ଅଛି। ଏହା କେବଳ ମାନିଚ୍ଚିତ୍ରରେ ରେଖାଗୁଡ଼ିକୁ ଲିଭାଇବାର କଥା ନଥିଲା। ଏହା ଭାରତର ଅନ୍ତର୍ନିହୀତ ଚରିତ୍ରକୁ ସ୍ୱୀକାର କରିବା କଥା ଥିଲା ତେଣୁ ତରେ ଯଦି ସେ ପ୍ରକୃତିକୁ ଚରିତ୍ରକୁ ସ୍ୱୀକାର କରିନିଆଗଲା ତେବେ କୌଣସି ପରିବର୍ତ୍ତନର ଆବଶ୍ୟକ ପଡ଼ିବ ନାହିଁ। ସବୁଗୁଡ଼ିକ ଆପେ ଆପେ ଗୋଟିଏ ଭାରତରେ ଏକଜୁଟ ହୋଇଯିବେ।”

ସୂଚନା ଥାଉକି ସେପ୍ଟେମ୍ବର ୨ ତାରିଖରେ ଗୌହ୍ୱାଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଇଣ୍ଡିଆ ବଦଳରେ ଭାରତ କହିବାକୁ ଲୋକମାନଙ୍କୁ ଆହ୍ୱାନ୍ ଦେଇଥିଲେ ମୋହନ ଭାଗବତ। ସେ ଆହୁରି କହିଥିଲେ ଯେ ଦେଶର ନାଁ ଭାରତ ରହିଛି ଆଉ ରହିବ। ବିଶ୍ୱର ଯେଉଁଠି ଗଲେବି, ଯେଉଁ ଭାଷାରେ କଥାହେଲେ କିମ୍ବା ଲେଖିଲେ ଭାରତ କହିବେ। ଯଦି କେହି ବୁଝିପାରୁନାହାନ୍ତି, ସେଥିରେ ଚିନ୍ତା କରିବା ଆବଶ୍ୟକ ନାହିଁ। ଆମେ ନିଜେ ବୁଝିବା ଦରକାର, ଅନ୍ୟକୁ ବୁଝାଇବା ଆବଶ୍ୟକ ନାହିଁ ବୋଲି ମୋହନ ଭାଗବତ କହିଥିଲେ

ଜାତିଗତ ସଂରକ୍ଷଣ ସପକ୍ଷରେ ଆର୍‌ଏସ୍‌ଏସ୍‌

ସେହିପରି ଜାତିଗତ ସଂରକ୍ଷଣକୁ ନେଇ ମଧ୍ୟ ବୟାନ ଦେଇଛନ୍ତି ମୋହନ ଭାଗବତ। ସେ କହିଛନ୍ତି ଯେ ପର୍ଯ୍ୟୟନ୍ତ ଦେଶରେ ଭେଦଭାବ ରହିଛି ସେ ପର୍ଯ୍ୟନ୍ତ ରିଜର୍ବେସନ ଲାଗୁ ହେବା ଉଚିତ୍। ସଂସ୍ଥାଗୁଡ଼ିକରେ ଦିଆଯାଉଥିବା ସଂରକ୍ଷଣକୁ ଆର୍‌ଏସ୍‌ଏସ୍ ପୂର୍ଣ୍ଣ ସମର୍ଥନ କରେ ବୋଲି ମୋହନ ଭାଗବତ କହିଛନ୍ତି।  

   Related Posts