ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ଆଖଡ଼ା ପରିଷଦର ଅପିଲ

23/06/2021 at 6:28 PM

ହରିଦ୍ୱାର ୨୩/୦୬ : ଅଖିଳ ଭାରତୀୟ ଆଖଡ଼ା ପରିଷଦ କହିଛି ଯେ କରୋନାର ଦ୍ୱିତୀୟ ଲହର ପ୍ରକୋପ କମିଗଲାଣି ଓ ଜନଜୀବନ ମଧ୍ୟ ସାମାନ୍ୟ ହେବାକୁ ଲାଗିଲାନି। ସେଥିପାଇଁ ଉତ୍ତରାଖଣ୍ଡ ସରକାର ଚାର ଧାମ ଯାତ୍ରା ଶୀଘ୍ର ଆରମ୍ଭ କରିବାକୁ ଅନୁମତି ଦେବା ଉଚିତ। ଶ୍ରୀପଞ୍ଚ ଦଶନାମ ଜୁନା ଆଖଡ଼ାର ଅନ୍ତରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଗାଜିଆବାଦର ଶ୍ରୀ ଦୁଧେଶ୍ୱରନାଥ ମଠ ଶ୍ରୀମହନ୍ତ ନାରାୟଣ ଗିରି କହିଛନ୍ତି ଯେ ଆଖଡ଼ା ପରିଷଦ ମହାମନ୍ତ୍ରୀ ଏବଂ ଶ୍ରୀପଞ୍ଚ ଦଶନାମ ଜୁନା ଆଖଡ଼ାର ଅନ୍ତରାଷ୍ଟ୍ରୀୟ ସଂରକ୍ଷକ ଶ୍ରୀହରିଗିରି ମହାରାଜ ଉତ୍ତରାଖଣ୍ଡ ସରକାରଙ୍କୁ ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ସ୍ଥିତି ସାମାନ୍ୟ ହେଉଛି। ସେଥିପାଇଁ କରୋନା ନିୟମ କଡାକଡି ଭାବେ ପାଳନ କରି ଯାତ୍ରା ଅନୁମତି ଦେବା ଉଚିତ।

ସେମାନେ କହିଛନ୍ତି ଯେ ଉତ୍ତରାଖଣ୍ଡରେ ସ୍ଥିତ ଚାର ଧାମ କେବଳ ଗ୍ରୀଷ୍ମ ଋତୁରେ ୬ ମାସ ପାଇଁ ଖୋଲା ରହେ। ଏହି ୬ ମାସ ଯାତ୍ରା ପାଇଁ ସର୍ବୋତ୍ତମ ହୋଇଥାଏ। କରୋନାର ଦ୍ୱିତୀୟ ଲହର ପ୍ରଭାବ ମଧ୍ୟ ଏବେ କମିଗଲାଣି। ଉତ୍ତରାଖଣ୍ଡରେ ମଧ୍ୟ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିପାଇଁ ରାଜ୍ୟ ସରକାର କରୋନା ଗାଇଡଲାଇନ ସହ ଚାର ଧାମ ଯାତ୍ରା ପାଇଁ ଅନୁମତି ଦେବା ଉଚିତ।

ପ୍ରବକ୍ତା କହିଛନ୍ତି, ଉତ୍ତର ପ୍ରଦେଶ ସରକାର ପବିତ୍ର ଗଙ୍ଗା ନଦୀରେ ସ୍ନାନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ଏବଂ ପ୍ରୟାଗରାଜରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ଼ ପକାଇଛନ୍ତି। କିନ୍ତୁ ଉତ୍ତରାଖଣ୍ଡରେ ଶ୍ରଦ୍ଧାଳୁଙ୍କୁ ପବିତ୍ର ଗଙ୍ଗା ନଦୀରେ ସ୍ନାନ ପାଇଁ ଅନୁମତି ମିଳିନାହିଁ। ଏଥିପାଇଁ ରାଜ୍ୟର ପର୍ଯ୍ୟଟନ ଉଦ୍ୟୋଗ ମଧ୍ୟ ପ୍ରଭାବିତ ହେଉଛି। ସେଥିପାଇଁ ଚାର ଧାମ ଯାତ୍ରା ପାଇଁ ରାଜ୍ୟ ସରକାର ଅନୁମତି ଦେବା ଉଚିତ।

   Related Posts