ସମ୍ରାଟ ଆକବରଙ୍କ ବଂଶଧର ଏବେ ବିତାଉଛନ୍ତି ଏମିତି ଜୀବନ, ଜାଣିଲେ ହେବେ ଆଚମ୍ବିତ

Published By : Prameya-News7 Bureau | October 11, 2019 IST

ସମ୍ରାଟ ଆକବରଙ୍କୁ ଭାରତର ସବୁଠୁ ପ୍ରଜାବତ୍ସଳ ରାଜା ବୋଲି କୁହାଯାଏ। ଆକବର ନିଜ ଶାସନ କାଳରେ ଅନେକ ସାମାଜିକ କାର୍ଯ୍ୟ କରିଥିଲେ। ହେଲେ ସମ୍ରାଟ ଆକବରଙ୍କ ବଂଶର ଲୋକେ ଏଯାଏଁ ଜୀବିତ ଅଛନ୍ତି ତାହା ଅଧିକାଂଶ ଜାଣିନାହାନ୍ତି।

{"id":168699}

ଅବଦୁଲ ଫତେ ଜଲାଲୁଦ୍ଦୀନ ମହମ୍ମଦ ଆକବର ହେଉଛନ୍ତି ଭାରତର ତୃତୀୟ ମୋଗଲ ସମ୍ରାଟ । ପିତା ହୁମାୟୁନଙ୍କଠାରୁ ସେ ଉତ୍ତରାଧିକାର ସୂତ୍ରରେ ସାମ୍ରାଜ୍ୟ ହାସଲ କରିଥିଲେ । ୧୫୫୬ରୁ ୧୬୦୫ ପର୍ଯ୍ୟନ୍ତ ରାଜୁତି କରିଥିଲେ । ହୁମାୟୁନଙ୍କ ସମୟରେ ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ମୋଗଲ ସାମ୍ରାଜ୍ୟକୁ ଏକିକରଣ କରିବା ସହ ସାମରିକ କ୍ଷେତ୍ରଠାରୁ ଆରମ୍ଭ କରି ରାଜନୀତି, ଅର୍ଥନୀତି କ୍ଷେତ୍ରରେ ଦେଶକୁ ମଜବୁତ କରିବାରେ ସକ୍ଷମ ହୋଇଥିଲେ । ଆକବରଙ୍କ ସମ୍ପର୍କରେ ଭାରତର ଇତିହାସ ବହୁ ରୋଚକ ତଥ୍ୟ ଦେଇଥାଏ । ନୃତ୍ୟ ସଂଗୀତର ପୂଜାରୀ ଆକବର ମଧ୍ୟ ଥିଲେ ଜଣେ ଦୃଢ ଶାସକ । ପ୍ରେମ ଓ ପ୍ରଣୟ ବ୍ୟାପାରରେ ସେ ଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।

{"id":168700}

ମୋଗଲ ସାମ୍ରାଜ୍ୟର ପତନ ପରେ ୧୮୦୦ ମସିହାରେ ସମଗ୍ର ଭାରତ ବର୍ଷ ଇଂରେଜମାନଙ୍କ ହାତକୁ ଚାଲିଯାଇଥିଲା । ଏହାପରେ ଦେଶ ୧୯୪୭ ମସିହାରେ ସ୍ବାଧୀନ ହେବା ପରଠାରୁ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ହୋଇଛି। କିନ୍ତୁ ଆଜି ବି ରାଜା ରାଜୁଡାଙ୍କ ବଂଶଧର ଦେଶର ବିଭିନ୍ନ ଅଞ୍ଚଳରେ ରହିଛନ୍ତି । ସେମାନଙ୍କର କୌଣସି ଶାସନ କ୍ଷମତା ନଥିଲେ ମଧ୍ୟ ଉତ୍ତରାଧିକାର ସୂତ୍ରରେ ହାସଲ କରିଥିବା ସମ୍ପତ୍ତି କାରଣରୁ ଏବେ ବି ଧନୀକ ଏବଂ ସମ୍ଭ୍ରାନ୍ତୀୟ ଜୀବନ ଅତିବାହିତ କରୁଛନ୍ତି ସେମାନେ ।ସେହିଭଳି ମହାନ ସମ୍ରାଟ ଆକବରଙ୍କ ବଂଶଧର ମଧ୍ୟ ରହିଛନ୍ତି ।    

{"id":168701}

ଆକବରଙ୍କ ପରେ ତାଙ୍କ ଏକାଦଶ ପୀଢି ହେଉଛନ୍ତି ପ୍ରିନ୍ସ ୟାକୁବ ହବିବୁଦ୍ଦୀନ ତୁସି । ସେ ଆଜି ମଧ୍ୟ ଜୀବିତ ଅଛନ୍ତି।ସୂଚନାଯୋଗ୍ୟ ଯେ, ତୁସି ନିଜ ଜୀବନ ଜଣେ ବାଦଶାହ ଭଳି ବଞ୍ଚିଆସୁଛନ୍ତି।ତାଙ୍କ ଅନ୍ଦାଜ କୌଣସି ରାଜାଠାରୁ କମ ନୁହେଁ।

{"id":168702}

ଏବେ ସେ ତେଲେଙ୍ଗାନର ରାଜଧାନୀ ହାଇଦ୍ରାବାଦ ସହରରେ ରହୁଛନ୍ତି।ସେ ମଧ୍ୟ ଦେଶର ଜଣେ ବଡ ବ୍ୟବସାୟୀ। ସାଉଦି ଆରବରେ ତାଙ୍କର ତେଲ କୁଅଁ ରହିଛି। ନିକଟରେ ୟାକୁବଙ୍କର ଡିଏନ୍‌ଏ ପରୀକ୍ଷା ହୋଇଥିଲା ଯେଉଁଥିରେ ସେ ଆକବରଙ୍କ ବଂଶଧର ବୋଲି ଜଣା ପଡିଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.