ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ଚତୁର୍ଥ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ଏବେ ଖେଳାଳିଙ୍କ ଆହତ ତାଲିକାରେ ଯୋଡ଼ି ହୋଇ ଯାଇଛି ଆଉ ଏକ ମ୍ୟାଚ୍ ଓ୍ଵିନିଂ ବୋଲରଙ୍କ ନାଁ। ଋଷଭ ପନ୍ତ, ଅର୍ଶଦୀପଙ୍କ ପରେ ଏବେ ଆକାଶ ଦୀପଙ୍କ ଆହତ ଭାରତୀୟ ଦଳର ମୁସ୍କିଲ ବଢାଇ ଦେଇଛି। ଅର୍ଶଦୀପଙ୍କ ପରେ ଏବେ ଆକାଶଦୀପ ମଧ୍ୟ ମାଞ୍ଚେଷ୍ଟର ଟେଷ୍ଟରୁ ବାଦ୍ ପଡ଼ିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛନ୍ତି। ଭାରତୀୟ ଦଳ ଲର୍ଡ୍ସ ଟେଷ୍ଟରେ ୨୨ ରନରେ ହାରିବା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୧-୨ରେ ପଛୁଆ ରହିଛି। ସିରିଜ୍କୁ ବରାବର କରିବା ପାଇଁ ଭାରତୀୟ ଦଳକୁ ମାଞ୍ଚେଷ୍ଟର ଟେଷ୍ଟ ଜିତିବା ଜରୁରୀ। ମାତ୍ର ଏହି ମ୍ୟାଚ୍ ପୂର୍ବରୁ ଖେଳାଳିଙ୍କ ଆହତ ସମସ୍ୟା ଭାରତକୁ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ପାଇଁ ବିବଶ କରି ଦେଇଛି।
ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିବା ଆକାଶ ଦୀପଙ୍କ ଗ୍ରୋଇନରେ ଆହତ ସସମ୍ୟା ଦେଖା ଦେଇଛି। ଲର୍ଡ୍ସ ଟେଷ୍ଟ ଖେଳିବା ସମୟରେ ଆକାଶ ଦୀପଙ୍କୁ ପିଠିରେ ସମସ୍ୟା ଦେଖା ଦେଇଥିଲା। ସେ ମ୍ୟାଚ୍ର ଚତୁର୍ଥ ଦିନରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୃତୀୟ ଟେଷ୍ଟରେ ଆକାଶ ଦୀପ ମାତ୍ର ଗୋଟିଏ ଓ୍ଵିକେଟ୍ ହାସଲ କରିଥିଲେ। ଦ୍ଵିତୀୟ ଟେଷ୍ଟରେ ୧୦ ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
Also read: ଭାରତ-ପାକିସ୍ତାନ WCL ମ୍ୟାଚ୍ ବାତିଲ, କ୍ଷମା ପ୍ରାର୍ଥନା କଲା ଆୟୋଜକ
ଜୁଲାଇ ୨୩ରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ନାହାନ୍ତି। ତାଙ୍କ ଆହତ ସମସ୍ୟା ଭାରତର ମୁସ୍କିଲ ବଢାଇ ଦେଇଛି। କାରଣ ଏହା ପୂର୍ବରୁ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ବାମ ହାତରେ ଆଘାତ ଲାଗିଛି। ଏହି ଦୁଇ ବୋଲରଙ୍କ ବ୍ୟତୀତ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ମଧ୍ୟ ଆହତ ଅଛନ୍ତି। ଓ୍ଵିକେଟ୍ କିପର ବ୍ୟାଟର ଭାବେ ତାଙ୍କର ଖେଳିବା ନେଇ ସଂଶୟ ରହିଛି।
ଆକାଶ ଦୀପ ଓ ଅର୍ଶଦୀପ ଆହତ ହେବା ପରେ ଯଶପ୍ରୀତ ବୁମରାଙ୍କ ଖେଳିବା ନିଶ୍ଚିତ ଲାଗୁଛି। କାରଣ ଦଳ ପାଖରେ ଆଉ ଅଧିକ ବିକଳ୍ପ ନାହିଁ। ସେପଟେ ପ୍ରସିଦ୍ଧ କୃଷ୍ଣ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ତୃତୀୟ ଟେଷ୍ଟରେ ବାଦ୍ ଦିଆଯାଇଥିଲା। ତେବେ ଦଳର ଆହତ ବୋଲରଙ୍କ ସଂଖ୍ୟା ବଢିବା କାରଣରୁ ଆକାଶ ଦୀପ ଓ ଅର୍ଶଦୀପ ସିଂଙ୍କ କଭର ଖେଳାଳି ଭାବେ ଦ୍ରୁତ ବୋଲର ଅଂଶୁଲ କମ୍ବୋଜଙ୍କୁ ଦଳରେ ସାମିଲ କରାଯାଇଛି।