ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଶତ୍ରୁଙ୍କ ଲାଗି ଆହୁରି ଘାତକ ହେଲା ‘ଆକାଶ’ କ୍ଷେପଣାସ୍ତ୍ର, ଆଡଭାନ୍ସ ଭର୍ସନର ପରୀକ୍ଷଣ ସଫଳ

27/09/2021 at 8:43 PM

ଚାନ୍ଦିପୁର ୨୭।୯: ନୂଆ ପୀଢ଼ିର ଆକାଶ କ୍ଷେପଣାସ୍ତ୍ର ‘ଆକାଶ ପ୍ରାଇମ୍’ ର ପରୀକ୍ଷଣ ସୋମବାର ସଫଳ ହୋଇଛି। ଓଡ଼ିଶା ଉପକୂଳରେ ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି (ଆଇଟିଆର)ରୁ ଏହାର ପରୀକ୍ଷଣ କରାଯାଇଛି। ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ନେଇଥିବା ଏହାର ପରୀକ୍ଷଣ କରିଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଘୋଷଣା କରିଛନ୍ତି।

ଏହି ପରୀକ୍ଷଣ ଏକ ବେଗବାନ ମାନବରହିତ ବିମାନକୁ ଲକ୍ଷ୍ୟ କରି କରାଯାଇଥିଲା। ଯାହାକୁ ଆକାଶ ପ୍ରାଇମ୍‌ ଅକ୍ଲେଶରେ ସନ୍ଧାନ କରିନେଇଥିଲା। ଏଥିରେ ଆକାଶ ପ୍ରାଇମ୍‌ ବିମାନକୁ ଅଟକାଇବା ସହ ଧ୍ୱଂସ କରିଦେଇଥିଲା। ଏହା ଏପରି ପ୍ରଥମ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବୋଲି ଡିଆରଡିଏ ଦାବି କରିଛି। ତେବେ ପ୍ରତିରକ୍ଷା ବିଶ୍ଲେ,କଙ୍କ ଅନୁସାରେ ଏହା ଆକାଶ ଏମକେ-୧ଏସ୍‌ର ରିଡିଜାଇନ ମାତ୍ର। ଯାହାକୁ ଭାରତୀୟ ସେନା ପୂର୍ବରୁ ୫ ଥର ସଫଳ ପରୀକ୍ଷଣ କରିସାରିଛି।

ତେବେ ଆକାଶ ପ୍ରାଇମ ସଠିକ ଲକ୍ଷଭେଦରେ ସକ୍ଷମ। ରିପୋର୍ଟ ଅନୁସାରେ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିଷମ ଜଳବାୟୁ ପରିସ୍ଥିତିରେ  ଅତ୍ୟଧିକ ଉଚ୍ଚତାରେ ଶତ୍ରୁପକ୍ଷର ମୁକାବିଲା ଲାଗି ଏକ ଫଳପ୍ରଦ ଅସ୍ତ୍ର। ଯାହା ରାଡାର ଓ ଟ୍ରାକିଂ ସହିତ ଅତ୍ୟାଧୁନିକ ଲଞ୍ଚିଂ ସିଷ୍ଟମ ଲାଗି ନୂଆ ନୂଆ ଫିଚରରେ ନିର୍ମିତ ହୋଇଛି।    

   Related Posts