ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରଣବୀରଙ୍କ ଘରେ ମୁକେଶ ଅମ୍ଵାନୀ, ଦାମୀ ଗାଡି ଚଳାଇ କରିବାକୁ ଗଲେ ଡିନର

28/09/2022 at 1:24 PM

ମୁମ୍ଵାଇ ୨୮।୦୯: ଭାରତ ଏବଂ ଏସିଆର ଦ୍ୱିତୀୟ ବୃହତ୍ତମ ଧନୀ ମୁକେଶ ଅମ୍ବାନୀ। ତାଙ୍କ  ପାଖରେ ଗୋଟିଏ ପରେ ଗୋଟିଏ ବଡ ବଡ ଦାମୀ କାର ଅଛି। ଏଥିମଧ୍ୟରେ ମେବ୍ୟାକ୍‌ 62, ମର୍ସିଡିଜ୍-ବେଞ୍ଜ୍ ଜି-ୱାଗେନ୍, ରୋଲ୍ସ ରୋଏସ୍ ଫାଣ୍ଟମ୍ ଡ୍ରପହେଡ୍ କୁପ୍, ବେଣ୍ଟଲି (ବେଣ୍ଟଲି ବେଣ୍ଟାଇଗାସ୍) ଏବଂ ରେଞ୍ଜ ରୋଭର ସାମିଲ୍‌। ମୁକେଶ ଅମ୍ବାନୀଙ୍କ ବଡ ପୁଅ ତଥା ରିଲାଏନ୍ସ ଜିଓର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ନିକଟରେ ତାଙ୍କ ପିତାଙ୍କର ଏକ କାର ଚଳାଉଥିବାର ନଜର ଆସିଛନ୍ତି। ଏହି କାରଟି ବ୍ରାଣ୍ଡ ନ୍ୟୁ ବେଣ୍ଟଲି ବେଣ୍ଟାଏଗା V8 ଥିଲା । ତାଙ୍କ ପତ୍ନୀ ଶ୍ଲୋକା ମେହେତାଙ୍କ ସହ ଆକାଶ ଅମ୍ବାନୀ ମଧ୍ୟ ଥିଲେ।

ଏହି ଦୁଇ ଜଣ ରଣବୀର କପୁର ଏବଂ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କ ସହ ଡିନର କରିବାକୁ ତାଙ୍କ ଘରେ ପହଞ୍ଚିଥିଲେ। ଆକାଶ ଅମ୍ବାନୀ ନିଜେ କାର ଚଳାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଭିଡିଓ କେବେର ତାହା ଜଣା ପଡିନାହିଁ। ହେଲେ ଏହା ଏବେ ଇଣ୍ଟରନେଟ୍‌ରେ ଘୁରିବୁଲୁଛି।

ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ଦୁଇଟି ବେଣ୍ଟଲି ବେଣ୍ଟାଏଗା କାର ଅଛି। ବେଣ୍ଟଲି ଭାରତରେ କେବଳ ବେଣ୍ଟାଏଗା V8 କାର ବିକ୍ରି କରେ। ୨୦୨୧ ମସିହାରେ, ଏହି କାର ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ଦେଖାଯାଇଥିଲା । ଭାରତରେ ଏହାର ମୂଲ୍ୟ ପ୍ରାୟ ୩.୮୫ କୋଟି ଟଙ୍କା।

   Related Posts