scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବହୁ ସଂଖ୍ୟାରେ ପାଇଲଟ ଚାକିରି ଛାଡ଼ିବାରୁ ୧୦ଟି ରୁଟ୍‌ରେ ବିମାନ ସେବା କମାଇଲା ଆକାଶ ଏୟାର, ୮ଟି ରୁଟ୍‌ରେ ଉଡ଼ାଣ ବନ୍ଦ

4/10/2023 at 10:58 PM

Akasa-Air-has-reduced-its-service-on-10-routes

ନୂଆଦିଲ୍ଲୀ: ଆକାଶ ଏୟାରରେ ପାଇଲଟଙ୍କ ପଳାୟନ ଯୋଗୁ ବିମାନ କମ୍ପାନୀରେ ଏବେ ଦୁରାବସ୍ଥା ଦେଖା ଦେଇଛି। ଜୁଲାଇ ମାସ ଠାରୁ ପାଇଲଟମାନେ ଚାକିରି ଛାଡ଼ୁଥିବାରୁ କମ୍ପାନୀ ୧୦ଟି ରୁଟ୍‌ରେ ବିମାନ ସେବା କମ୍ କରିଛି। ଏଥିସହିତ ୮ଟି ରୁଟ୍‌ରେ ବିମାନ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି କମ୍ପାନୀ।
ବେସାମରିକ ବିମାନ ଚଳାଚଳ ବିଶ୍ଳେଷକ ସଂସ୍ଥା ସିରିୟମର ତଥ୍ୟ ଅନୁଯାୟୀ ବିମାନ ଜୁନ୍‌ର ୯୪୫ରୁ ଅକ୍ଟୋବରରେ ୭୫୪ କୁ ହ୍ରାସ ପାଇଛି।

ବର୍ତ୍ତମାନ ଆକାଶ ଏୟାର ଲାଇନ୍‌ ୩୪ଟି ରୁଟ୍‌ରେ ନିଜର ସେବା ଜାରି ରଖିଛି। ତେବେ ଜୁନ୍‌ରୁ ଅକ୍ଟୋବର ଭିତରେ କମ୍ପାନୀ ଅହମଦାବାଦ-କୋଚୀ, ଅହମଦାବାଦ-ହାଇଦ୍ରାବାଦ, ଅହମଦାବାଦ-ପୁଣେ, ବେଙ୍ଗାଲୁରୁ-ହାଇଦ୍ରାବାଦ, ବେଙ୍ଗାଲୁରୁ-ଚେନ୍ନାଇ, କୋଚି-ହାଇଦ୍ରାବାଦ, ଗୋଆ-ଲକ୍ଷ୍ନୌ ଏବଂ ଗୋଆ-ହାଇଦ୍ରାବାଦ ରୁଟ୍‌ରେ ସେବା ବନ୍ଦ କରିସାରିଛି।

ପଢ଼ନ୍ତୁ-ବାୟୁସେନାକୁ ମିଳିଲା ଶକ୍ତିଶାଳୀ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସ୍‌: ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୮ ଦେବାକୁ ଲକ୍ଷ୍ୟ

ଜୁଲାଇ ଓ ସେପ୍ଟେମ୍ବର ମଧ୍ୟରେ କମ୍ପାନୀର ୪୩ ପାଇଲଟ ଚାକିରି ଛାଡ଼ି ଅନ୍ୟ ବିମାନ କମ୍ପାନୀରେ ଯୋଗ ଦେଇଛନ୍ତି। ଏମିତି ଚାକିରି ଛାଡ଼ିବା ପୂର୍ବରୁ ଥିବା ନିୟମ ୬- ବର୍ଷ ପାଇଁ ନୋଟିସ୍ ପିରିୟଡ୍‌ରେ ବି ସେମାନେ ରହି ନାହାନ୍ତି। ପାଇଲଟଙ୍କର ଏଭଳି ଚାକିରି ଛାଡ଼ିବାକୁ ନେଇ କମ୍ପାନୀ ଖପ୍ପା ହୋଇଛି। ଚାକିରି ଛାଡ଼ିଥିବା ୪୩ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିରୁଦ୍ଧରେ କ୍ଷିତପୂରଣ ଦାବି କରି କମ୍ପାନୀ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। କମ୍ପାନୀ ବର୍ତ୍ତମାନ ୩୦ଟି ବି୭୩୭ ମାକ୍ସ ବିମାନ ଉଡ଼ାଉଛି।

   Related Posts