ବିବାହ କରିବେନି ମିକା ସିଂ-ଆକାଂକ୍ଷା, କହିଲେ-ଆମେ କେବେ କହିନୁ….

Published By : Prameya-News7 Bureau | October 22, 2022 IST

ମୁମ୍ଵାଇ ୨୨।୧୦: କିଛି ସମୟ ପୂର୍ବରୁ କଣ୍ଠଶିଳ୍ପୀ ମିକା ସିଂ ଏବଂ ଟେଲି ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ବିଷୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ମିକା ସ୍ଵୟଂବରର ଶେଷରେ ଆକାଂକ୍ଷାଙ୍କୁ ବାଛିଥିଲେ। ସେହି ଦିନଠାରୁ ପ୍ରଶଂସକମାନେ ଉଭୟଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି। ହେଲେ ଏହି ଅପେକ୍ଷା ୩ ମାସରୁ ଅଧିକ ବିତି ଯାଇଥିଲେ କୌଣସି ଖବର ସାମ୍ନାକୁ ଆସିନାହିଁ । ହେଲେ ଦୁହିଁଙ୍କ ବିବୃତ୍ତି ଶୁଣିବା ପରେ ଶଂସକମାନେ ଦ୍ଵନ୍ଦରେ ପଡିଛନ୍ତି ।

ବାସ୍ତବରେ ୪୫ ବର୍ଷିୟା ମିକାଙ୍କ ପାଇଁ ରିଆଲିଟି ଶୋ' ସ୍ଵୟଂବର କରାଯାଇଥିଲା । ଏହି ଶୋ’ରେ ୧୨ ଜଣ ପ୍ରତିଯୋଗୀ ଥିଲେ। ଆକଙ୍କଶା ପୁରୀ, ପ୍ରାନ୍ତିକା ଦାସ ଏବଂ ନୀତି ମହଲ ଟପ୍‌-୩ରେ ପହଞ୍ଚିଥିଲେ। ମିକା ଶେଷରେ ଆକାଂକ୍ଷାଙ୍କୁ ବାଛିଥିଲେ। ହେଲେ ସ୍ଵୟଂବର ହେବାର ପ୍ରାୟ ୩ ମାସ ବିତିଗଲାଣି । କିନ୍ତୁ ବିବାହର କୌଣସି ଅପଡେଟ୍‌ ନାହିଁ ଏବଂ ଏହି ସମୟରେ ଆକାଂକ୍ଷା ମିକାଙ୍କୁ କେବଳ ତାଙ୍କ ଭଲ ବନ୍ଧୁ ବୋଲି କହିଛନ୍ତି, ଯାହା ପରେ ପ୍ରଶଂସକମାନେ ପଚାରିଛନ୍ତି ଯେ ସେମାନେ ବିବାହ କରିବେ କି ନାହିଁ?

ଟାଇମ୍ସ ଅଫ୍ ଇଣ୍ଡିଆ ସହିତ କଥାବାର୍ତ୍ତା ବେଳେ ଆକାଂକ୍ଷା ସେମାନଙ୍କ ସମ୍ପର୍କ ବିଷୟରେ କହିଥିଲେ, ' ଆମେ ଅନେକ ବର୍ଷ ଧରି ବନ୍ଧୁ ଥିଲୁ। ଆଉ ରହିବୁ। ଆମେ ପୂର୍ବରୁ ଦୁହିଁଙ୍କୁ ଜାଣିଥିବାରୁ ଶୋ’ରେ ପରସ୍ପରକୁ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲୁ। ହଁ କେବେ କହି ନାହୁଁ ଯେ ଆମେ ପ୍ରେମ କରୁଛୁ କି ଆମେ କପଲ ବୋଲି । କିନ୍ତୁ ଶୋ ପରେ ଆମ ମଧ୍ୟରେ କିଛି ପରିବର୍ତ୍ତନ ହୋଇନଥିଲା ଏବଂ ପୂର୍ବ ପରି ପୁରୁଣା ବନ୍ଧୁ ଅଟୁ। ଏହି ସବୁ ଶୁଣିବା ପରେ ଲୋକେ ସ୍ଵୟଂବରକୁ ଫେକ୍‌ ବୋଲି ଭାବୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.